ସାମ୍ନାକୁ ଆସିଲା କଟକ ସାଇକୋ କିଲରର ପ୍ରଥମ ଫଟୋ। ନାରାୟଣ ସାହୁକୁ ନୟାଗଡରୁ ଗିରଫ କରିଛି ପୁଲିସ Kanak News

କନକ ବ୍ୟୁରୋ: ସାମନାକୁ ଆସିଛି ସାଇକୋ କିଲରର ଫଟୋ । କଟକରେ ୨୪ ଘଂଟାରେ ୩ ଜଣଙ୍କୁ ବେକ କାଟି ହତ୍ୟା କରିଥିବା ସାଇକୋ କିଲର ନାରାୟଣ ସାହୁକୁ ଗତକାଲି ପୁଲିସ ଗିରଫ କରିଥିବାବେଳେ ଆଜି ତାର ଫଟୋ ସାମନାକୁ ଆସିଛି । ବହୁ ଛକାପଞ୍ଝା ପରେ ସିସିଟିଭି ଫୁଟେଜ ଆଧାରରେ ନାରାୟଣକୁ ଅଟକ ରଖି ପଚରାଉଚରା ପରେ ପୁଲିସ ଗିରଫ କରିଥିଲା ।

ତେବେ ଫରେନସିକ୍ ରିପୋର୍ଟରୁ ସାଇକୋ କିଲରକୁ ଚିହ୍ନଟ କରାଯାଇଥିଲା । କଟକ ସହରରେ ଚାଂଚଲ୍ୟ ସୃଷ୍ଟି କରିଥିବା ସାଇକୋକିଲରକୁ ଧରିବା ପାଇଁ ୫ଟି ଟିମ୍ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖିଥିଲା ପୋଲିସ୍ । ସିଲଭର୍ ସିଟିରେ ତିନି ତିନି ଜଣଙ୍କୁ ହତ୍ୟା କରି ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିବା ଷ୍ଟୋନମ୍ୟାନକୁ ଗତ ୨୪ ତାରିଖରୁ ଖୋଜୁଥିଲା ପୋଲିସ୍ ।

 

ଧରିବା ପାଇଁ ଦିନ ରାତି ପାଟ୍ରୋଲିଙ୍ଗ କରିବା ସହ ସ୍ୱତନ୍ତ୍ର ଟିମ କରି ତଦନ୍ତ ଚଳାଇଥିଲା । ଏପରିକି ଫୋରେନସିକ୍ ମେଡିସିନ୍ ସ୍ପେଶାଲିଷ୍ଟଙ୍କ ସହ ଆଲୋଚନା କରିଥିଲା । ଏବଂ ଏହି ହତ୍ୟାକାଣ୍ଡର ପାରିପାଶ୍ୱର୍କ ସ୍ଥିତିରୁ ଏହା ଜଣେ ମାନସିକ ବିକାରଗ୍ରସ୍ତର କାର୍ଯ୍ୟ ବୋଲି କହି ଆସୁଥିଲେ ପୋଲିସ୍ କମିଶନର ।



from Kanak News https://ift.tt/2MoITb6 https://ift.tt/2ykTQlE
ସାମ୍ନାକୁ ଆସିଲା କଟକ ସାଇକୋ କିଲରର ପ୍ରଥମ ଫଟୋ। ନାରାୟଣ ସାହୁକୁ ନୟାଗଡରୁ ଗିରଫ କରିଛି ପୁଲିସ Kanak News ସାମ୍ନାକୁ ଆସିଲା କଟକ ସାଇକୋ କିଲରର ପ୍ରଥମ ଫଟୋ। ନାରାୟଣ ସାହୁକୁ ନୟାଗଡରୁ ଗିରଫ କରିଛି ପୁଲିସ Kanak News Reviewed by SUBHENDU BARAL on July 29, 2019 Rating: 5

No comments:

Powered by Blogger.