କଟକ: କଟକରେ ଆୟୋଜିତ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନସିପ୍ର ଆଜି ଫାଇନାଲ ମ୍ୟାଚ୍। ସମସ୍ତ ଇଭେଣ୍ଟର ଆଜି ଫାଇନାଲ ମ୍ୟାଚ ଖେଳାଯିବ। ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇ କ୍ରୀଡ଼ାବିତ୍ଙ୍କୁ ଉତ୍ସାହିତ କରିବାର କାର୍ଯ୍ୟକ୍ରମ ରହିଛି।
ଗତକାଲିର ଏକ ମ୍ୟାଚରେ ପୁଣି ଭାରତକୁ ସଫଳତା ମିଳିଛି। ବ୍ୟକ୍ତିଗତ ଇଭେଣ୍ଟରେ ଖେଳାଯାଇଥିବା ମିକ୍ସଡ୍ ଡବଲ୍ସରେ ସିଙ୍ଗାପୁରକୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ। ଭାରତର ଜି. ସାଥିଆନ ଏବଂ ଅର୍ଚ୍ଚନା କାମଥ ୩-୦ ପଏଣ୍ଟରେ ପ୍ରତିପକ୍ଷ ଖେଳାଳିଙ୍କୁ ହରାଇ ପଦକ ହାସଲ କରିଛନ୍ତି।
ଅନ୍ୟପଟେ କଟକରେ ଆବଶକୀୟ ଭିତ୍ତିଭୂମୀ ରହିଥିବାକୁ ଟିଟି ଏକାଡେମୀ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ଟିଟି ଆସୋସିଏସନ୍ ଯେଉଁ ଦାବି କରିଥିଲା ସେ ସମ୍ପର୍କରେ ତର୍ଜମା ଚାଲିଛି। କ୍ରୀଡ଼ା ବିଭାଗର ଅଧଇକାରୀଙ୍କ ସହ ଆଲୋଚନା ହୋଇଥିବା ରାଜ୍ୟ ଟିଟି ଆସୋସିଏସନ୍ର ସମ୍ପାଦକ କହିଛନ୍ତି।
from OTV Khabar. https://ift.tt/2Yc4gCP
ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନସିପ୍ର ଆଜି ଫାଇନାଲ ମ୍ୟାଚ୍ OTV KHABAR BUREAU
Reviewed by SUBHENDU BARAL
on
July 21, 2019
Rating:
No comments: