ଭୁବନେଶ୍ୱର: ଆଜି ବିଧାନସଭାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲଚୋନା ହୋଇପାରେ। ଅନୁଗୋଳରେ ନାବାଳିକା ଦୁଷ୍କର୍ମ ଓ ଭବନୀପାଟଣାସ୍ଥିତ ଏକ ଆଶ୍ରୟ ଗୃହରେ ନାବାଳିକାକୁ ନିର୍ଯାତନା, ଗତ ୪ବର୍ଷ ମଧ୍ୟରେ ୬ହଜାରରୁ ଅଧିକ ପିଲା ନିଖୋଜ ଆଦି ପ୍ରସଙ୍ଗ ଉଠିପାରେ। ତେଣୁ ଏସବୁ ପ୍ରସଙ୍ଗ ନେଇ ଆଜି ଗୃହ ବେଶ୍ ସରଗରମ ହେବାର ଅଛି।
ଏନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବେ। ସେପଟେ ଆଜି ଗୃହ, ଅର୍ଥ, ଅବକାରୀ, ସାଧାରଣ ପ୍ରଶାସନ, ସ୍ୱାସ୍ଥ୍ୟ, ଇସ୍ପାତ ଓ ଖଣି, ପୂର୍ତ୍ତ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି। ଏଥିସହ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଖର୍ଚ୍ଚ ଦାବି ଉପରେ ମଧ୍ୟ ଆଲୋଚନା ହେବ। ଏହା ବାଦ ଆଉ କଣ ପ୍ରସଙ୍ଗ ଗୃହରେ ଉଠାଇବେ ବିରୋଧୀ ତା ଉପରେ ସମସ୍ତଙ୍କ ନଜର ରହିଛି।
from OTV Khabar. https://ift.tt/2LyJnvw
ଆଜି ବିଧାନସଭାରେ ଉଠିପାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ OTV KHABAR BUREAU
Reviewed by SUBHENDU BARAL
on
July 21, 2019
Rating:
No comments: