ଜାଲ୍ ସାର୍ଟିଫିକେଟରେ ଶିକ୍ଷକତା : ସରକାରଙ୍କ ତନାଘନା ପରେ ଇସ୍ତଫା ଦେଲେ ୬ ଜଣ ଶିକ୍ଷକ Kanak News

କନକ ବ୍ୟୁରୋ : ଜାଲ ଶିକ୍ଷାଗତ ସାର୍ଟିଫିକେଟ୍ ଦାଖଲ କରି ଶିକ୍ଷକ ନିଯୁକ୍ତି ପାଇଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସିବା ପରେ ତନାଘନା ଆରମ୍ଭ ହୋଇଛି । ତନାଘନା ପରେ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଛାନିଆଁ ହୋଇଯାଇଛନ୍ତି । କୋରାପୁଟ ଜିଲ୍ଳାର ୬ ଜଣ ଶିକ୍ଷକଶିକ୍ଷୟିତ୍ରୀ ହଠାତ୍‌ ଚାକିରିରୁ ଇସ୍ତଫା ଦେବା ପରେ ଏହି ଅଭିଯୋଗ ଦୃଢ଼ୀଭୂତ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ୨୦୧୧ ମସିହାରୁ ଜିଲ୍ଲାରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକ, ଠିକା ଶିକ୍ଷକ, ଭାଷା ଶିକ୍ଷକ, ଶିକ୍ଷା ସହାୟକଙ୍କ ଶିକ୍ଷାଗତ ତଥା ଉଚ୍ଚଶିକ୍ଷା, ସିଟି, ବିଇଡି ଆଦିର ସାର୍ଟିଫିକେଟ୍ ଯାଞ୍ଚ ଚାଲିଛି । ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରି ସାର୍ଟିଫିକେଟ୍ ଦାଖଲ କରିଥିବା କ୍ଷେତ୍ରରେ ବିଶେଷ ଜାଲିଆତି ରହୁନଥିବା ବେଳେ ରାଜ୍ୟ ବାହାର ଶିକ୍ଷାନୁଷ୍ଠାନର ସାର୍ଟିଫିକେଟର ବୈଧତାକୁ ନେଇ ପୁଙ୍ଖାନୁପୁଙ୍ଖନ ଯାଞ୍ଚ କରାଯାଉଛି ।

ଶିକ୍ଷାଗତ ସାର୍ଟିଫିକେଟ୍ ଯାଞ୍ଚ ଚାଲିଥିବା ବେଳେ ଜିଲ୍ଲାର ବୋରିଗୁମ୍ମା ବ୍ଲକରୁ ୩ ଜଣ ଓ କୁନ୍ଦ୍ରା ବ୍ଲକରୁ ୩ ଜଣ ଶିକ୍ଷକ ଇସ୍ତଫା ଦେଇଥିବା ସୂଚନା ମିଳିଛି। ବୋରିଗୁମ୍ମା ବ୍ଲକ ନକୁଳଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁନୀଲ କୁମାର ଖାଡଙ୍ଗା, ମୁଣ୍ଡିଗୁଡା ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷୟତ୍ରୀ କବିତା ରାଣୀ ବେହେରା ନିଜ ଚାକିରିରୁ ଇସ୍ତଫା ଦେଇଛନ୍ତି। ତେବେ, ଇସ୍ତଫାର ପ୍ରକୃତ କାରଣ ଜଣାପଡିନାହିଁ।



from Kanak News https://ift.tt/2KaXows https://ift.tt/330nrij
ଜାଲ୍ ସାର୍ଟିଫିକେଟରେ ଶିକ୍ଷକତା : ସରକାରଙ୍କ ତନାଘନା ପରେ ଇସ୍ତଫା ଦେଲେ ୬ ଜଣ ଶିକ୍ଷକ Kanak News ଜାଲ୍ ସାର୍ଟିଫିକେଟରେ ଶିକ୍ଷକତା : ସରକାରଙ୍କ ତନାଘନା ପରେ ଇସ୍ତଫା ଦେଲେ ୬ ଜଣ ଶିକ୍ଷକ Kanak News Reviewed by SUBHENDU BARAL on July 28, 2019 Rating: 5

No comments:

Powered by Blogger.