
କନକ ବ୍ୟୁରୋ : ଉତର ପ୍ରଦେଶ ଉନ୍ନାଉ ଦୁଷ୍କର୍ମ ପୀଡ଼ିତା ଗୁରୁତର ଆହତ ହୋଇଛନ୍ତି । ଗତକାଲି ଏକ ସଡ଼କ ଦୁର୍ଘଟଣାରେ ପୀଡ଼ିତା ଜଣକ ଗୁରୁତର ହୋଇଥିବା ବେଳେ ତାଙ୍କର ଦୁଇ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଛି । ଏହାସହ ତାଙ୍କ ଓକିଲ ମଧ୍ୟ ଗୁରୁତର ହୋଇଛନ୍ତି । ସେମାନେ ରାଏବରେଲୀ ଜେଲରେ ଥିବା ପୀଡ଼ିତାଙ୍କ କକାଙ୍କୁ ଭେଟି ଫେରୁଥିବା ବେଳେ କାରକୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ପୀଡ଼ିତା ଓ ତାଙ୍କ ଓକିଲଙ୍କୁ କିଙ୍ଗ ଜର୍ଜ ହସ୍ପିଟାଲରେ ଭର୍ତି କରାଯାଇଛି ।

from Kanak News https://ift.tt/2ygXPQi https://ift.tt/2MomIla
No comments: