ଗାଭାସ୍କରଙ୍କୁ ପାଲଟା ଜବାବ୍ ଦେଲେ ପ୍ରସାଦ ! ଜାତୀୟ ଚୟନ ସମିତିକୁ ଛୋଟ ବତକ ଏବଂ ମୁଖ୍ୟ ଚୟନକର୍ତ୍ତାଙ୍କୁ ନିର୍ବୁଦ୍ଧିଆ କହିବା ପରେ ଗାଭାସ୍କରଙ୍କୁ ମିଳିଲା ମୁହଁଭଙ୍ଗା ଜବାବ୍ । Kanak News

ଜାତୀୟ ଚୟନ ସମିତିକୁ ‘ଛୋଟା ବତକ’ ଓ ମୁଖ୍ୟ ଚୟନକର୍ତାଙ୍କୁ ନିର୍ବୁଦ୍ଧିଆ ଆଖ୍ୟା ଦେଇଥିବା କିମ୍ବଦନ୍ତୀ କ୍ରିକେଟର୍ ସୁନୀଲ ଗାଭାସ୍କରଙ୍କୁ ମଙ୍ଗଳବାର ଏହାର ପାଲଟା ଜବାବ ମିଳିଛି। ସମିତିର ମୁଖ୍ୟ ଏମଏସକେ ପ୍ରସାଦ ଏଥିନେଇ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଜଣେ ଅଧିକ ମ୍ୟାଚ୍ ଖେଳିଥିଲେ, ତା’ର ଅଧିକ ବୁଦ୍ଧି ଥିବ ବୋଲି ଭାବନା ଠିକ୍ ନୁହେଁ । ଏହା ଏକ ଭ୍ରାନ୍ତ ଧାରଣା। ଏହି ଭାବନା ସତ ହୋଇଥିଲେ ଗୋଟିଏ ହେଲେ ବି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନଥିବା ରାଜ ସିଂହ ଡୁଙ୍ଗରପୁର କେବେ ବି ସଚିନ ତେନ୍ଦୁଲକରଙ୍କ ଭଳି ମହାନ ଖେଳାଳି ବାଛି ନ ଥାନ୍ତେ। ଅଭିଜ୍ଞତା କଥା କହିଲେ ଅନ୍ତର୍ଜାତୀୟ ମ୍ୟାଚ୍ ଛଡ଼ା ଆମେ ମିଳିତ ଭାବେ ୪୭୭ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛୁ। ୨୦୦ରୁ ଅଧିକ ମ୍ୟାଚ୍ ଦେଖିଛୁ। ମୁଁ ଭାବୁଛି ଦଳ ଚୟନ କରିବା ଲାଗି ଏତିକି ଅଭିଜ୍ଞତା ଯଥେଷ୍ଟ। ଗାଭାସ୍କରଙ୍କ ଭଳି ଖେଳାଳି ଏଭଳି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ। ଏହାଦ୍ବାରା କିନ୍ତୁ ଆମେ ପ୍ରଭାବିତ ହେଉନୁ। ଏଭଳି ମନ୍ତବ୍ୟ ଆମକୁ କେବଳ ଦୃଢ଼, ଏକତ୍ର ଏବଂ ଶକ୍ତିଶାଳୀ କରେ। ଆମେ ଯୁବ ପ୍ରତିଭା ଅନ୍ବେଷଣରେ ସାରା ଦେଶ ବୁଲିଛୁ। ଅନେକ ପ୍ରତିଭାବାନ୍ ଖେଳାଳିଙ୍କୁ ଠାବ କରି ଭାରତୀୟ ‘ଏ’ ଦଳରେ ନେଇଛୁ। ଆମ କାର‌୍ୟ୍ୟକାଳରେ ଭାରତ ୧୩ ରୁ ୧୧ ଟେଷ୍ଟ୍ ଶୃଙ୍ଖଳା ଜିତିଛି। ଗତ ତିନି ବର୍ଷ ହେବ ଆମେ ଏକ ନମ୍ବର ଦଳ ହୋଇ ରହିଛୁ। ଦିନିକିଆରେ ଆମ ସଫଳତା ପ୍ରତିଶତ ୮୦ ରୁ ୮୫ ପ୍ରତିଶତ ରହିଛି। ଭାରତ ‘ଏ’ ଦଳ ମଧ୍ୟ ଭଲ କରିଛି। ୩୫ ଯୁବ ତାରକାଙ୍କୁ ଆମେ ସୁଯୋଗ ଦେଇଛୁ।

ବିଶ୍ବକପ୍ ପରବର୍ତୀ ସମୟରେ ବିନା ସମୀକ୍ଷାରେ ଭାରତୀୟ ଦଳ ଅଧିନାୟକ ପଦରେ ବିରାଟ କୋହଲିଙ୍କୁ ପୁନଃ ନିଯୁକ୍ତି କରାଯାଇଥିବାରୁ ସୋମବାର ପୂର୍ବତନ ଭାରତୀୟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଚୟନକର୍ତାଙ୍କୁ ବି ‘ଛୋଟା ବତକ’ ସହିତ ତୁଳନା କରି ପରୋକ୍ଷ ତାତ୍ସଲ୍ୟ କରିଥିଲେ। କିନ୍ତୁ ଅନ୍ୟତମ ପୂର୍ବତନ ଖେଳାଳି ସଞ୍ଜୟ ମଞ୍ଜରେକର ଏହାକୁ ନାପସନ୍ଦ କରିଛନ୍ତି। ଗାଭାସ୍କରଙ୍କ ମନ୍ତବ୍ୟକୁ ନେଇ ମୁଁ ‘ସମ୍ମାନର ସହ ଅସମ୍ମତ’ ବୋଲି ପ୍ରକାଶ କରିଛନ୍ତି ଏହି ପୂର୍ବତନ ବ୍ୟାଟସମ୍ୟାନ୍। କୋହଲି ଜଣେ ଚୟନକର୍ତାଙ୍କ ଖ୍ୟାତିଠାରୁ ଢେର ଉଚ୍ଚରେ ବୋଲି କହିଛନ୍ତି ଏହି ମୁମ୍ବାଇକର। ଆମ ବିଶ୍ବକପ୍ ପ୍ରଦର୍ଶନ ଖରାପ ନ ଥିଲା। ୭ ଜିତି ୨ ହାରିଛୁ। ସେମିଫାଇନାଲରେ ଅତି ସ୍ବଳ୍ପ ବ୍ୟବଧାନରେ ହାରିଥିଲୁ। ଏହା ବିଶ୍ବକପ୍ ସମକକ୍ଷ ପ୍ରଦର୍ଶନଠାରୁ କିଛି କମ୍ ନ ଥିଲା ବୋଲି ମଞ୍ଜରେକର କହିଛନ୍ତି। ଗାଭାସ୍କର କିନ୍ତୁ କୋହଲିଙ୍କ ନେତୃତ୍ବ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ। ଏହାର ସମୀକ୍ଷା ହେବା ଉଚିତ୍ ଥିଲା ବୋଲି କହିଥିଲେ।



from Kanak News https://ift.tt/2SZ0hEE https://ift.tt/2KeBqZw
ଗାଭାସ୍କରଙ୍କୁ ପାଲଟା ଜବାବ୍ ଦେଲେ ପ୍ରସାଦ ! ଜାତୀୟ ଚୟନ ସମିତିକୁ ଛୋଟ ବତକ ଏବଂ ମୁଖ୍ୟ ଚୟନକର୍ତ୍ତାଙ୍କୁ ନିର୍ବୁଦ୍ଧିଆ କହିବା ପରେ ଗାଭାସ୍କରଙ୍କୁ ମିଳିଲା ମୁହଁଭଙ୍ଗା ଜବାବ୍ । Kanak News ଗାଭାସ୍କରଙ୍କୁ ପାଲଟା ଜବାବ୍ ଦେଲେ ପ୍ରସାଦ ! ଜାତୀୟ ଚୟନ ସମିତିକୁ ଛୋଟ ବତକ ଏବଂ ମୁଖ୍ୟ ଚୟନକର୍ତ୍ତାଙ୍କୁ ନିର୍ବୁଦ୍ଧିଆ କହିବା ପରେ ଗାଭାସ୍କରଙ୍କୁ ମିଳିଲା ମୁହଁଭଙ୍ଗା ଜବାବ୍ । Kanak News Reviewed by SUBHENDU BARAL on July 30, 2019 Rating: 5

No comments:

Powered by Blogger.