ରାଜଧାନୀରେ ଲୁଟେରା ଆତଙ୍କ: ୨୪ ଘଣ୍ଟାରେ ୩ଟି ଲୁଟ୍‌ Rajalaxmi Sahoo

ଭୁବନେଶ୍ୱର: ରାଜଧାନୀରେ ଲୁଟେରା ଆତଙ୍କ। ଏମିତି ଲାଗୁଛି ସତେ ଯେମିତି ରାଜଧାନୀ ଭୁବନେଶ୍ୱର ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୩ଟି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ଗତକାଲି ପୁରୀ ବାଇପାସ୍ ରୋଡ୍‌ର ଏକ ସେକେଣ୍ଡ ହ୍ୟାଣ୍ଡ୍‌ କାର୍‌ ଶୋ’ରୁମ୍‌ରେ ଲୁଟ୍‌ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଦୁର୍ବୃତ୍ତମାନେ ଶୋ’ ରୁମ୍ ମାଲିକଙ୍କ ଚେନ୍ ଝାମ୍ପି ନେବା ସହ ଜଣେ ଗ୍ରାହକଙ୍କୁ ଆକ୍ରମଣ କରି ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଆଉ ଜଣେ ଗ୍ରାହକଙ୍କ ନିକଟରୁ ମଧ୍ୟ ଲୁଟ୍ ହୋଇଥିବା ଜଣାପଡ଼ିଛି। ଡକାୟତଙ୍କ ମାଡ଼ରେ ଶୋ’ରୁମ୍‌ ମାଲିକ ଓ ୨ ଗ୍ରାହକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ଏହି ଘଟଣା ପୂର୍ବରୁ ଗତକାଲି ସକାଳେ ଗନ୍‌ ପଏଣ୍ଟରେ ଗାଡ଼କଣ ଅଞ୍ଚଳର ଏକ ଦମ୍ପତ୍ତିଙ୍କ ଠାରୁ ଦୃର୍ବୃତ୍ତମାନେ ଲୁଟ୍‌ କରିଥିଲେ। ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଝାମ୍ପି ନେଇଥିଲେ। ଆଦିମାତା କଲୋନୀରେ ମଧ୍ୟ ଆଉ ଏକ ଲୁଟ୍ ହୋଇଥିଲା।   ମର୍ଣ୍ଣିଂଓ୍ୱାକ୍‌ରୁ ଫେରୁଥିବା ବେଳେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଟାର୍ଗେଟ କରି ଲୁଟେରାମାନେ ସୁନା ମୁଦି ଲୁଟି ନେଇଥିଲେ। ଏଭଳି ଭାବେ ଚଳିତ ମାସରେ ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ୨୦ରୁ ଅଧିକ ଲୁଟ୍ ହୋଇଥିବା ଜଣାପଡ଼ିଛି।



from OTV Khabar. https://ift.tt/2SQHB9W
ରାଜଧାନୀରେ ଲୁଟେରା ଆତଙ୍କ: ୨୪ ଘଣ୍ଟାରେ ୩ଟି ଲୁଟ୍‌ Rajalaxmi Sahoo ରାଜଧାନୀରେ ଲୁଟେରା ଆତଙ୍କ: ୨୪ ଘଣ୍ଟାରେ ୩ଟି ଲୁଟ୍‌ Rajalaxmi Sahoo Reviewed by SUBHENDU BARAL on July 30, 2019 Rating: 5

No comments:

Powered by Blogger.