ବାଘୁଣୀ ସୁନ୍ଦରୀକୁ ନେଇ ବଢୁଛି ଚିନ୍ତା ! ଖାଇପିଇ ମୋଟି ହେଲାଣି, ଦେହରେ ଚର୍ବି ବି ବଢିଗଲାଣି Kanak News

କନକ ବ୍ୟୁରୋ : ଏବେ ବି ସୁନ୍ଦରୀକୁ ନେଇ ଥମୁନାହିଁ ଚର୍ଚ୍ଚା । ଲଗାତାର କିଛି ଦିନ ଅନ୍ତରରେ ସୁନ୍ଦରୀକୁ ନେଇ ଜୋର ଧରିଛି ଆଲୋଚନା । ତେବେ ମିଳିଥିବା ସୂଚନା ଅନୁସାରେ, ଆଜାଦରେ ଖାଇପିଇ ମୋଟି ହେଲାଣି ସାତକୋଶିଆ ‘ସୁନ୍ଦରୀ’। ଦେହରେ ଚର୍ବି ଧରିଲାଣି। ବାହାରିଗଲାଣି ପେଟ। ରି-ୱାଇଲ୍ଡ଼ିଂ ପୂର୍ବରୁ ବାଘୁଣୀର ଏମିତି ମୋଟା ସ୍ବାସ୍ଥ୍ୟ ତା’ର ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇପାରେ। ତେଣୁ ସାତକୋଶିଆ କର୍ତୃପକ୍ଷଙ୍କୁ ଘାରିଛି ‘ସୁନ୍ଦରୀ’ର ଫିଟନେସ ଚିନ୍ତା। ସେଥିପାଇଁ ବାଘୁଣୀ ଖାଦ୍ୟ ଉପରେ ଲାଗିଛି କଟକଣା। ସପ୍ତାହକୁ ଗୋଟେ ପରିବର୍ତ୍ତେ ଏବେ ୧୦ଦିନକୁ ଗୋଟିଏ ଯନ୍ତୁ ବାଘୁଣୀ ପାଖକୁ ଶିକାର କରିବା ପାଇଁ ଛଡ଼ା ଯାଉଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

 

ପ୍ରାପ୍ତ ସୂଚନା ମୁତାବକ, ୨୦୧୮ ଜୁନ୍ ୨୮ତାରିଖରେ ମଧ୍ୟପ୍ରଦେଶ ବାନ୍ଧବଗଡ଼ ଅଭୟାରଣ୍ୟରୁ ‘ସୁନ୍ଦରୀ’ ଆଗମନ ସାତକୋଶିଆ ଅଭୟାରଣ୍ୟକୁ ହୋଇଥିଲା। ଉଦ୍ଦେଶ୍ୟ ଥିଲା ଶାବକ ଜନ୍ମ ଦେଇ ସାତକୋଶିଆରେ ବାଘ ବଂଶର ପୁନରୁଦ୍ଧାର କରିବ। କିନ୍ତୁ, ସାତକୋଶିଆ କର୍ତୃପକ୍ଷଙ୍କ ସାଙ୍ଘାତିକ ପରିଚାଳନାଗତ ତ୍ରୁଟି ପାଇଁ ସୁନ୍ଦରୀ ଶେଷରେ ଗାଁ ଗଣ୍ଡାକୁ ଯାଇ ଯେଉଁ କାଣ୍ଡ କାରନାମା ରଚିଲା, ତାହା କେବଳ ସାତକୋଶିଆ ନୁହେଁ; ବରଂ ସାରା ରାଜ୍ୟରେ ‘ସୁନ୍ଦରୀ’ ଦୁର୍ନାମ ଅର୍ଜିଲା। ସେବେଠାରୁ ପ୍ରାୟ ୮ମାସରୁ ଅଧିକ ଦିନ ହେଲା ୫ଏକର ପରିଧି ବିଶିଷ୍ଟ ଏନକ୍ଲୋଜର ମଧ୍ୟରେ ସୁନ୍ଦରୀ ବନ୍ଦୀ ଜୀବନ କାଟୁଛି।

 

କିନ୍ତୁ, ଖାଦ୍ୟ କମ୍ କରାଯିବା ସୂଚନାକୁ ସାତକୋଶିଆ ଡିଏଫ୍ଓ ପି. ରାମାସ୍ବାମୀ ଅସ୍ବୀକାର କରିଛନ୍ତି। ବାଘର ସ୍ବଭାବ ହେଉଛି ସକାଳୁ ଏବଂ ସନ୍ଧ୍ୟା ପରେ ସେ ଜଙ୍ଗଲରେ ପଇଁତରା ମାରେ। ମୁକ୍ତ ଜଙ୍ଗଲରେ ଗୋଟିଏ ବାଘ ଯେତିକି ପରିକ୍ରମା କରିବା କଥା, ସୀମିତ ଏନକ୍ଲୋଜର ଭିତରେ ତାହା ହ୍ରାସ ଘଟୁଛି। ସୁନ୍ଦରୀ ଏବେ ଖାଉଛି, ଆଉ ଶୋଉଛି। ତେଣୁ ଆଖି ଦେଖା ଅନୁମାନରେ ତା’ର ଶରୀର ଅପେକ୍ଷାକୃତ ମୋଟା ହୋଇଛି। ଶାରୀରିକ ବ୍ୟାୟାମ ଅଭାବରୁ ଅଳସୁଆମି ବଢ଼ିଛି। ବାଘୁଣୀର ଶାରୀରିକ ମୋଟାପଣ ପ୍ରଜନନକୁ ପ୍ରଭାବିତ କରିବା ଆଶଙ୍କା ରହିଥିବା ସାତକୋଶିଆ ବନଖଣ୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

sundari tigressତେଣୁ ପୂର୍ବରୁ ସପ୍ତାହକୁ ଗୋଟିଏ ହିସାବରେ ମାସକୁ ଚାରୋଟି ଯନ୍ତୁଙ୍କୁ ଟ୍ରାଙ୍କୁଲାଇଜ୍ କରି ଫିଡ଼ର ଚ୍ୟାମ୍ବର ଜରିଆରେ ବାଘୁଣୀ ପାଖକୁ ଶିକାର କରିବା ପାଇଁ ପ୍ରେରଣ କରାଯାଉଥିଲା। ଏବେ କିନ୍ତୁ ବାଘୁଣୀ ଖାଦ୍ୟରୁ ଗୋଟିଏ ଶିକାର କମ୍ କରି ଦିଆଯାଇଥିବା ଅଧିକାରୀଜଣକ ନିଜ ନାମ ଗୋପନ ରଖି କହିଛନ୍ତି। ଅର୍ଥାତ୍ ସପ୍ତାହକୁ ଗୋଟେ ପରିବର୍ତ୍ତେ ୧୦ଦିନକୁ ଗୋଟିଏ ଯନ୍ତୁ ବାଘୁଣୀ ପାଖକୁ ପଠାଯାଉଛି ବୋଲି ସେ କହିଛନ୍ତି। 



from Kanak News https://ift.tt/2OqHinH https://ift.tt/2YbnTLZ
ବାଘୁଣୀ ସୁନ୍ଦରୀକୁ ନେଇ ବଢୁଛି ଚିନ୍ତା ! ଖାଇପିଇ ମୋଟି ହେଲାଣି, ଦେହରେ ଚର୍ବି ବି ବଢିଗଲାଣି Kanak News ବାଘୁଣୀ ସୁନ୍ଦରୀକୁ ନେଇ ବଢୁଛି ଚିନ୍ତା ! ଖାଇପିଇ ମୋଟି ହେଲାଣି, ଦେହରେ ଚର୍ବି ବି ବଢିଗଲାଣି Kanak News Reviewed by SUBHENDU BARAL on July 28, 2019 Rating: 5

No comments:

Powered by Blogger.