ଆଜି କର୍ଣ୍ଣାଟକରେ ଆସ୍ଥା ଭୋଟ୍ ହେଲେ ସରୁନି କର୍ଣ୍ଣାଟକ ନାଟକ : ଆସ୍ଥା ଭୋଟ୍ ପୂର୍ବରୁ ୧୪ ଜଣ ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବନ କଲେ ବାଚସ୍ପତି

ବେଙ୍ଗାଲୁରୁ ୨୯/୭: ଆଜି ୟେଦୁରାପ୍ପା ଦେବେ ଶକ୍ତି ପରିକ୍ଷା । ତେବେ ଏବେବି  ଛକାପଞ୍ଝା  ସରୁନି ।  ବାଚସ୍ପତି ରମେଶ କୁମାର ଇସ୍ତଫା ଦେବେନି ବୋଲି ଅଡ଼ି ରହିଛନ୍ତି । ୧୪ ବିଧାୟକଙ୍କୁ ନିଲମ୍ବନ କରିବା ସହିତ ୩ ବର୍ଷ ଯାଏଁ ନିର୍ବାଚନ ଲଢ଼ିବା ଉପରେ କଟକଣା ଲଗାଇଛନ୍ତି। ତେବେ ନିଲମ୍ବିତ ହୋଇଥିବା ବିଦ୍ରୋହୀ ବିଧାୟକମାନେ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି।

କାଲି ୟେଦୁ ଦେବେ ଶକ୍ତି ପରୀକ୍ଷା।  ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ। ଆଉ ଏତିକିବେଳେ ବାଚସ୍ପତି କେ ଆର ରମେଶ କୁମାର ପୂର୍ବରୁ ବିଦ୍ରୋହ ଘୋଷଣା କରିଥିବା ୧୪ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧ ଜଣ କଂଗ୍ରେସର ଏବଂ ୩ ଜଣ ଜେଡିଏସର । ପୂର୍ବରୁ ମଧ୍ୟ ୩ ଜଣଙ୍କ ବିରୋଧରେ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏବେ ମୋଟ ୧୭ ଜଣଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି।

ତେବେ ବାଚସ୍ପତିଙ୍କ ଏହି ପଦକ୍ଷେପ ୟେଦିଙ୍କୁ ସୁହାଇବ। କାରଣ ୧୭ ଜଣ ବିଧାୟକଙ୍କୁ ନିଲମ୍ବନ କଲେ ଏବେ ଗୃହର ପୂର୍ଣ୍ଣ ସଦସ୍ୟ ବାଚସ୍ପତିଙ୍କୁ ଛାଡ଼ି ୨୨୪ରୁ ଖସିଆସିବ ୨୦୭କୁ। ଏଥିରେ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ଦରକାର ୧୦୪ ସଦସ୍ୟଙ୍କ ସମର୍ଥନ। ଏତିକିବେଳେ ବିଜେପି ପାଖରେ ଅଛନ୍ତି ଜଣେ ସ୍ବାଧୀନ ବିଧାୟକଙ୍କୁ ମିଶାଇ ୧୦୬ ସଦସ୍ୟ ଅଛନ୍ତି। ତେଣୁ ସଖ୍ୟାଗରିଷ୍ଠତା ପରୀକ୍ଷାରେ ନିଶ୍ଚୟ ଜିତିବେ ବୋଲି କହିଲେଣି ବିଏସ ୟେଦିୟୁରୋପ୍ପା।

ସେପଟେ ସରକାର ପରିବର୍ତ୍ତନ ସହିତ  ବାଚସ୍ପତି ଇସ୍ତଫା ଦେଇଥାନ୍ତି। କିନ୍ତୁ ଏପର୍ଯ୍ୟନ୍ତ କେ ଆର ରମେଶ ଇସ୍ତଫା ଦେଇନଥିବାରୁ ବିଜେପି ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ଚିନ୍ତା କରୁଛି। ତେବେ କର୍ଣ୍ଣାଟକ ନାଟକର ଏକ ଗୁରୁତ୍ବପୂର୍ଣ୍ଣ ସିନ୍ କାଲି ହିଁ ସଂପାଦିତ ହେବ।



from Prameya News7 https://ift.tt/310svRX
ଆଜି କର୍ଣ୍ଣାଟକରେ ଆସ୍ଥା ଭୋଟ୍ ହେଲେ ସରୁନି କର୍ଣ୍ଣାଟକ ନାଟକ : ଆସ୍ଥା ଭୋଟ୍ ପୂର୍ବରୁ ୧୪ ଜଣ ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବନ କଲେ ବାଚସ୍ପତି ଆଜି କର୍ଣ୍ଣାଟକରେ ଆସ୍ଥା ଭୋଟ୍ ହେଲେ ସରୁନି କର୍ଣ୍ଣାଟକ ନାଟକ : ଆସ୍ଥା ଭୋଟ୍ ପୂର୍ବରୁ ୧୪ ଜଣ ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବନ କଲେ ବାଚସ୍ପତି Reviewed by SUBHENDU BARAL on July 28, 2019 Rating: 5

No comments:

Powered by Blogger.