ଆଜି ଲୋକସଭାରେ ଆସିବ ତିନି ତଲାକ ବିଲ । ଦଳୀୟ ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ ୩ ଧାଡିଆ ହୁଇପ୍ ଜାରି କଲା ବିଜେପି Kanak News

କନକ ବ୍ୟୁରୋ : ଆଜି ଲୋକସଭାରେ ଆଗତ ହେବ ଟ୍ରିପିଲ୍ ତଲାକ୍ ବିଲ୍ । ଏଥିପାଇଁ ସଂସଦରେ ଦଳର ସମସ୍ତ ସାଂସଦଙ୍କୁ ଉପସ୍ଥିତ ରହିବାକୁ ବିଜେପି ୩ ଧାଡିଆ ହୁଇପ୍ ଜାରି କରିଛି । ପୂର୍ବରୁ ଖବର ଆସିଥିଲା ସରକାର ଏଥର ଲୋକସଭାକୁ ୧୦ ଦିନ ପାଇଁ ବଢାଇ ପାରନ୍ତି । କାରଣ ପଡିରହିଥିବା ଅନେକ ବିଲ୍ କୁ ମୋଦି ସରକାର ପାରିତ କରାଇବାକୁ ଯୋଜନା ରଖିଛନ୍ତି । ଏହି କ୍ରମରେ ଆଜି ଲୋକସଭାରେ ଆଗତ ହେବ ସଂଶୋଧିତ ଟ୍ରିପିଲ୍ ତଲାକ୍ ବିଲ୍ । ଏହାକୁ ନେଇ ଲୋକସଭାରେ ଚର୍ଚା ହେବ ।

ପୂର୍ବରୁ ମଧ୍ୟ କଂଗ୍ରେସ ସାଂସଦ ଶଶୀ ଥରରୁ ଏହି ବିଲ୍ ମୁସଲିମ୍ ମହିଳାଙ୍କୁ କୌଣସି ଲାଭ ଦେବନି ବୋଲି ମତ ଦେଇଥିଲେ । ଓୱସୀ ଏହାକୁ ମୁସଲିମ୍ ପୁରୁଷଙ୍କ ବିରୋଧୀ ବୋଲି କହିଥିଲେ । ହିନ୍ଦୁ ବିବାହ ଆଇନରେ କୌଣସି ପୁରୁଷ ସ୍ତ୍ରୀକୁ ଛାଡପତ୍ର ଦେଇଦେଲେ ଗୋଟିଏ ବର୍ଷ ସଜା ଥିବା ବେଳେ ଟ୍ରିପିଲ ତଲାକରେ ମୁସଲିମ୍ ପୁରୁଷଙ୍କ ପାଇଁ ୩ ବର୍ଷର ସଜା କାହିଁକି ରଖାଯାଇଛି ବୋଲି ସେ ପ୍ରଶ୍ନ କରିଥିଲେ ।
from Kanak News https://ift.tt/2JPEKer https://ift.tt/2Oh5FnE
No comments: