କନକ ବ୍ୟୁରୋ : ଶ୍ରାବଣ ମାସରେ ମାଟି ଶୁଖିଲା । ଜମିରେ ପାଣି ନାହିଁ । ଚାଷୀ ମୁଣ୍ଡରେ ହାତ ଦେଲାଣି । ସ୍ଥିତି ଏମିତି ହେଲାଣି ଯେ ୧୦ଟି ଜିଲ୍ଲାରେ ଗଜା ମରୁଡ଼ି ଆଶଙ୍କା ସୃଷ୍ଟି ହୋଇଛି । ଯଦି ଆସନ୍ତା ଏକ ସପ୍ତାହରେ ସ୍ବାଭାବିକ ବର୍ଷା ନ ହେବ ତେବେ ମରୁଡ଼ି ହେବା ଏକପ୍ରକାର ଥୟ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବଳୟ ମରୁଡ଼ି ଆଶଙ୍କାକୁ କିଛି ଦିନ ଟାଳିପାରିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି ।
ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ଜୁଲାଇ ୧ରୁ ୨୩ ତାରିଖ ମଧ୍ୟରେ ଯେତିକି ପରିମାଣରେ ବର୍ଷା ହେବା କଥା ତାହା ହୋଇପାରିନି । ମାତ୍ର ୫ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ବାକି ସମସ୍ତ ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି । କଟକ, ଖୋର୍ଧା, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟରେ ସ୍ବାଭାବିକ ବର୍ଷା ହୋଇଛି। ତେବେ ଉକ୍ତ ଜିଲ୍ଲାଗୁଡ଼ିକ ବ୍ୟତୀତ ୧୫ଟି ଜିଲ୍ଲାରେ ନିଅଣ୍ଟିଆ ଓ ୧୦ଟି ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ହୋଇଥିବା କୁହାଯାଇଛି । ତଥ୍ୟ କହୁଛି ଯେ ସୁନ୍ଦରଗଡ଼ରେ ୫୨.୨% ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଅନୁଗୁଳରେ ୪୫.୨%, ମୟୂରଭଞ୍ଜରେ ୪୫%, ଦେବଗଡ଼ରେ ୪୪.୮%, ଗଜପତିରେ ୪୪.୮%, ବୌଦ୍ଧରେ ୪୨.୮%, କନ୍ଧମାଳରେ ୪୨.୬%, ରାୟଗଡ଼ାରେ ୪୦.୯%, କେନ୍ଦୁଝରରେ ୩୯.୯% ଓ ବାଲେଶ୍ବରରେ ସ୍ବାଭାବିକଠାରୁ ୩୯.୨ ପ୍ରତିଶତ କମ୍ ବର୍ଷା ହୋଇଛି ।
from Kanak News https://ift.tt/30UOAkU https://ift.tt/2ZfTEjG
No comments: