ସକ୍ରିୟ ହେଲା ମୌସୁମୀ ! ଉପକୂଳ ଓ ପଶ୍ଚିମ ଓଡିଶାରେ ହୋଇପାରେ ପ୍ରବଳ ବର୍ଷା Kanak News

କନକ ବ୍ୟୁରୋ : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ମୌସୁମୀ ବାୟୁ ପୁଣିଥରେ ସକ୍ରିୟ ହୋଇଛି। ପ୍ରଭାବରେ ଆସନ୍ତା ୪ ଦିନ ଧରି ସାରା ଓଡ଼ିଶାରେ ବର୍ଷା ଲାଗିରହିବ। ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ। ଗୋଟିଏ ଦୁଇଟି ସ୍ଥାନରେ ଶହେ ମିମିରୁ ଅଧିକ ପରିମାଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ଗତକାଲି ସନ୍ଧ୍ୟା ବେଳଠାରୁ ଉପକୂଳ ଓଡ଼ିଶାରେ ପାଗରେ ପରିବର୍ତନ ଆସିଛି। ଖୋର୍ଧା, କଟକ, ପୁରୀ, ଜଗତ୍ସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ଯେ ୨୫ ତାରିଖରେ ବର୍ଷାର ପ୍ରଭାବ ମୁଖ୍ୟତଃ ଉପକୂଳ ଓଡ଼ିଶା ଉପରେ ରହିବ। ଖୋର୍ଧା ସମେତ ପୁରୀ, କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍ସିଂହପୁର, ଭଦ୍ରକ, ଗଞ୍ଜାମ, ନୟାଗଡ଼, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। କିଛି ବ୍ଲକରେ ୧୦୦ରୁ ୧୨୦ ମିମି ପର୍ଯ୍ୟନ୍ତ ବର୍ଷା ହେବ।

କୋରାପୁଟ, କଳାହାଣ୍ଡି, କନ୍ଧମାଳ, ନୟାଗଡ଼ ଆଦି ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତଜନିତ ବର୍ଷା ଲାଗିରହିବ। ୨୬ ଓ ୨୭ ତାରିଖରେ କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି। ବିଶେଷକରି କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ସୋନପୁର, ବରଗଡ଼, ନବରଙ୍ଗପୁର ଆଦି ଜିଲ୍ଲାର କେତେକ ବ୍ଲକରେ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୨୫ ତାରିଖ ବେଳକୁ ଅଧିକ ସକ୍ରିୟ ହେବା ସହ ୨୫ରୁ ୨୭ ଉପକୂଳ ଓଡ଼ିଶାରେ ବର୍ଷା କରାଇବ। ପରବର୍ତୀ ସମୟରେ ଅର୍ଥାତ୍ ଜୁଲାଇ ୨୭ ଓ ୨୮ ତାରିଖରେ ପଶ୍ଚିମ ଓଡ଼ିଶାକୁ ଅଗ୍ରସର ହୋଇ କେନ୍ଦ୍ରୀୟ ଭାରତ ଆଡ଼କୁ ଯିବ। ତେଣୁ ଏହି ଦୁଇ ଦିନ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବ। ଜୁଲାଇ ୨୬ରେ ସାରା ରାଜ୍ୟରେ ବର୍ଷାର ପରିମାଣ ଅଧିକ ରହିବ। ତେବେ ୨୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଉପରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ଜୁଲାଇ ୨୯ରୁ ଅଗଷ୍ଟ ୧ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ।



from Kanak News https://ift.tt/2K6SdxE https://ift.tt/2LHBDqb
ସକ୍ରିୟ ହେଲା ମୌସୁମୀ ! ଉପକୂଳ ଓ ପଶ୍ଚିମ ଓଡିଶାରେ ହୋଇପାରେ ପ୍ରବଳ ବର୍ଷା Kanak News ସକ୍ରିୟ ହେଲା ମୌସୁମୀ ! ଉପକୂଳ ଓ ପଶ୍ଚିମ ଓଡିଶାରେ ହୋଇପାରେ ପ୍ରବଳ ବର୍ଷା Kanak News Reviewed by SUBHENDU BARAL on July 24, 2019 Rating: 5

No comments:

Powered by Blogger.