ଆଜି କାରଗିଲ୍ ଯୁଦ୍ଧର ବିଂଶତିତମ ବାର୍ଷିକୀ ! ଦେଶପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀର ସହିଦ୍ ଯବାନଙ୍କ ସ୍ମରଣାର୍ଥେ ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳୀ ।  Kanak News

କାରଗିଲ୍ ଯୁଦ୍ଧର ବିଂଶତିତମ ବାର୍ଷିକୀ ଅବସରରେ ଆଜି ସମଗ୍ର ଦେଶରେ ଅନେକ ଉତ୍ସବର ଆୟୋଜନ କରାଯାଉଛି। କାରଗିଲ୍ ଜିଲ୍ଲାର ଡ୍ରାସ୍ ଠାରେ ଆୟୋଜନ କରାଯାଇଥିବା ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି । ରାଜ୍ୟପାଳ ସତ୍ୟପାଲ ମଲ୍ଲିକ, ସେନାମୁଖ୍ୟ ଜେନେରାଲ୍ ବିପିନ ରାଓ୍ଵତ୍, ବାୟୁସେନା ମୁଖ୍ୟ ବୀରେନ୍ଦର ସିଂହ ଧାନଓ୍ଵା, ନୌସେନା ମୁଖ୍ୟ କରମବୀର ସିଂହ ରାଷ୍ଟ୍ରପତିଙ୍କୁ ସେଠାରେ ସ୍ୱାଗତ କରିବେ।

ଜୁଲାଇ ୧୪ ତାରିଖ ଦିନ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ପ୍ରଜ୍ଜ୍ୱଳିତ କରିଥିବା ‘ବିଜୟ ଶିଖା’କୁ ସେନାମୁଖ୍ୟ ଶୁକ୍ରବାର ଦିନ ଡ୍ରାସରେ ଗ୍ରହଣ କରିବେ। ଏହାକୁ କାରଗିଲ୍ ଯୁଦ୍ଧ ସ୍ମାରକୀ ଠାରେ ଥିବା ଚିରନ୍ତନ ଶିଖାରେ ମିଶାଇ ଦିଆଯିବ। କଶ୍ମୀରର କାରଗିଲ୍ ଜିଲ୍ଲାରେ ୧୯୯୯ ମସିହା ମେ ୩ ତାରିଖ ଏବଂ ଜୁଲାଇ ୨୬ ତାରିଖ ମଧ୍ୟରେ ହୋଇଥିବା କାରଗିଲ୍ ଯୁଦ୍ଧ ହେଉଛି ଭାରତର ଏବଂ ପଡ଼ୋଶୀ ଦେଶ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧଗୁଡ଼ିକ ମଧ୍ୟରେ ଅନ୍ୟତମ ପ୍ରମୁଖ ଯୁଦ୍ଧ। କାରଗିଲ୍୍ ଯୁଦ୍ଧକୁ ଅପରେସନ୍ ବିଜୟ ମଧ୍ୟ କୁହାଯାଏ । ୧୯୯୯ ମସିହା ଜୁଲାଇ ୨୬ ତାରିଖ ଠାରୁ ଭାରତରେ ପ୍ରତି ବର୍ଷ ଅପରେସନ୍ ବିଜୟ ପାଳନ କରାଯାଉଛି।

୬୦ ଦିନ ବ୍ୟାପୀ ହୋଇଥିବା ଏହି ଯୁଦ୍ଧରେ ଉଭୟ ପକ୍ଷରୁ ଅନେକ ଯବାନ ପ୍ରାଣ ହରାଇଥିଲେ। କାରଗିଲ୍ ଯୁଦ୍ଧରେ ଦେଶ ପାଇଁ ସହିଦ ହୋଇଥିବା ୫୨୭ ଜଣ ଭାରତୀୟ ବୀର ଯବାନମାନଙ୍କ ସ୍ମରଣାର୍ଥେ ଜୁଲାଇ ୨୬ ତାରିଖ ଦିନ ଅପରେସନ୍ ବିଜୟ ଦିବସ ପାଳନ କରାଯାଉଛି। ସଶସ୍ତ୍ର ସେନାର ଅବଦାନକୁ ପାଳନ କରିବା ପାଇଁ ଉତ୍ତର ଭାରତର କାର୍ଗିଲ୍-ଡ୍ରାସ୍ ସେକ୍ଟର୍ ଠାରୁ ଆରମ୍ଭ କରି ଦିଲ୍ଲୀ ଏବଂ ଆସାମ ଯାଏଁ ଉତ୍ସବ ଆୟୋଜନ କରାଯାଉଛି।



from Kanak News https://ift.tt/2SDDH4f https://ift.tt/2YnoE3L

ଆଜି କାରଗିଲ୍ ଯୁଦ୍ଧର ବିଂଶତିତମ ବାର୍ଷିକୀ ! ଦେଶପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀର ସହିଦ୍ ଯବାନଙ୍କ ସ୍ମରଣାର୍ଥେ ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳୀ ।  Kanak News ଆଜି କାରଗିଲ୍ ଯୁଦ୍ଧର ବିଂଶତିତମ ବାର୍ଷିକୀ ! ଦେଶପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀର ସହିଦ୍ ଯବାନଙ୍କ ସ୍ମରଣାର୍ଥେ ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳୀ ।  Kanak News Reviewed by SUBHENDU BARAL on July 25, 2019 Rating: 5

No comments:

Powered by Blogger.