ବିଳମ୍ବିତ ରାତିରେ ଶର୍ଯ୍ୟାକୁ ଯାଉଥିବା ଲୋକ ସାବଧାନ ହୋଇଯାନ୍ତୁ ! ଭବିଷ୍ୟତରେ ଏହି ଭୀଷଣ ରୋଗର କବଳରେ କବଳିତ ହୋଇପାରନ୍ତି । Kanak News

ଅନେକ ଲୋକ ବିଳମ୍ବିତ ରାତିରେ ଶୋଉଥିବାର ଶୁଣିବାକୁ ମିଳେ । ଏ ସଂପର୍କରେ ଗବେଷଣା କରି କୋଲୋରାଡୋ-ବୋଲଡର ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ତଥା ଲେଖକ ସେଲିନ୍ ବେଟର କହିଛନ୍ତି ଯେ ଯେଉଁମାନେ ବିଳମ୍ବିତ ରାତିରେ ଶୋଉଛନ୍ତି , ସେମାନଙ୍କଠାରେ ମାନସିକ ଅବସାଦର ଆଶଙ୍କା ଅଧିକ, ଭୋର୍ରୁ ଉଠିବା ଲାଭଦାୟକ। ସେ ନିଜର ଗବେଷଣାରୁ ଜାଣିପାରିଛନ୍ତି ଯେ, ସକାଳୁ ଉଠୁଥିବା ଲୋକଙ୍କଠାରେ ମାନସିକ ଅବସାଦ ବା ଡିପ୍ରେସନ୍ ହେବାର ଆଶଙ୍କା କମ୍ ଥାଏ , ଯେଉଁମାନେ ଅନିୟମିତ ଶୈଳୀରେ ଶୟନ କରୁଛନ୍ତି, ସେମାନଙ୍କଠାରେ ବି ମାନସିକ ଅବସାଦର ଆଶଙ୍କା ରହିଛି।

ଏହି ଗବେଷଣାର ସନ୍ଦର୍ଭ ‘ସାଇକିଆଟ୍ରିକ୍ ରିସର୍ଚ୍ଚ’ ପତ୍ରିକାରେ ପ୍ରକାଶିତ ହୋଇଛି। ଏହି ଗବେଷଣାରେ ୩୨ ହଜାର ମହିଳାମାନଙ୍କୁ ସାମିଲ୍ କରାଯାଇଥିଲା। ଏମାନଙ୍କ ମଧ୍ୟରୁ କେତେକ ଠିକ୍ ସମୟରେ ଶୋଉନଥିବା ମହିଳା ଓ କେତେକ ବଡ଼ିଭୋର୍ରୁ ଉଠୁଥିବା ମହିଳା ଥିଲେ। ଏମାନଙ୍କୁ ୨୪ ଘଣ୍ଟା ଯାଏଁ ପରୀକ୍ଷଣ ଭିତରେ ରଖାଯାଇ ଗବେଷଣା କରାଯାଇଥିଲା। ଅବଶେଷରେ ଜଣାପଡିଥିଲା ଯେ, ଯେଉଁମାନେ ବଡିଭୋର୍ରୁ ଉଠନ୍ତି ସେମାନେ ମାନସିକ ଅବସାଦଗ୍ରସ୍ତ ହୋଇନଥାନ୍ତି। ଏଥିଲାଗି ଅନେକ ସମୟରେ ସମସ୍ତଙ୍କୁ ସକାଳୁ ଉଠିବା ଲାଗି ପରାମର୍ଶ ଦିଆଯାଇଥାଏ।



from Kanak News https://ift.tt/2GG3G6l https://ift.tt/2YBCmQS
ବିଳମ୍ବିତ ରାତିରେ ଶର୍ଯ୍ୟାକୁ ଯାଉଥିବା ଲୋକ ସାବଧାନ ହୋଇଯାନ୍ତୁ ! ଭବିଷ୍ୟତରେ ଏହି ଭୀଷଣ ରୋଗର କବଳରେ କବଳିତ ହୋଇପାରନ୍ତି । Kanak News ବିଳମ୍ବିତ ରାତିରେ ଶର୍ଯ୍ୟାକୁ ଯାଉଥିବା ଲୋକ ସାବଧାନ ହୋଇଯାନ୍ତୁ ! ଭବିଷ୍ୟତରେ ଏହି ଭୀଷଣ ରୋଗର କବଳରେ କବଳିତ ହୋଇପାରନ୍ତି । Kanak News Reviewed by SUBHENDU BARAL on July 31, 2019 Rating: 5

No comments:

Powered by Blogger.