ଆଜି ବିଧାନସଭାରେ ମୁଲତବି ଆଲୋଚନା

ଭୁବନେଶ୍ବର ୨୪|୭: ଆଜି ବିଧାନସଭାରେ ମୁଲତବି ଆଲୋଚନା । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମଙ୍ଗଳବାର ବିଧାନସଭା ହୁଲସ୍ତୁଲ ହୋଇଛି । ବିରୋଧୀ ମାନେ ହୋହଲ୍ଲା କରିବା ସହିତ ନାରାବାଜିରେ ଗୃହ କମ୍ପାଇଛନ୍ତି। ରାଜ୍ୟରେ ବଢୁଥିବା ନାବାଳିକାଙ୍କୁ ଦୁଷ୍କର୍ମ ଓ ଶହ ଶହ ଶିଶୁ ନିଖୋଜ ହେବା ଘଟଣାକୁ ବିରୋଧୀ ମାନେ ଗମ୍ଭୀରତାର ସହ ନେଇଛନ୍ତି। ଉକ୍ତ ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରି ବିରୋଧୀ ମାନେ ଦୁଇ ଦିନ ହେବ ସରକାରଙ୍କୁ ଘେରିଛନ୍ତି । ଦିନତମାମ ଏହି ପ୍ରସଙ୍ଗକୁ ନେଇ ବିଧାନସଭା ମଙ୍ଗଳବାର ଅଚଳାବସ୍ଥା ଜାରି ରହିଥିଲା। ଆରୋପ-ପ୍ରତ୍ୟାରୋପରେ ଗୃହ କମ୍ପିବା ସହ ବିଧାନସଭା ବାରମ୍ବାର ମୁଲତବି ହୋଇଥିଲା।

ରାଜ୍ୟରେ କ୍ରମାଗତ ଭାବରେ ବଢ଼ି ଚାଲିଥିବା ଦୁର୍ଷ୍କମ ଏବଂ ଅପହରଣ ଭଳି ଘଟଣାକୁ ନେଇ ଉଠିଥିବା ଝଡରେ ବିଧାନସଭା ଗତକାଲି ସମ୍ପୂର୍ଣ୍ଣ ଧୋଇ ଯାଇଥିଲା। ବିରୋଧୀଙ୍କ ଘନଘନ ପ୍ରତିବାଦ ଫଳରେ ବାଚସ୍ପତିଙ୍କୁ ବାରମ୍ବାର ଗୃହ ମୁଲତବୀ କରିବାକୁ ପଡ଼ିଥିଲା। କଂଗ୍ରେସ ଏହି ପ୍ରସଙ୍ଗରେ ଗୃହ କମିଟି ଗଠନ ପାଇଁ ଦାବି କରିଥିବା ବେଳେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିବା ସହ ଇସ୍ତଫା ଦାବି କରିଥିଲା। ତେବେ ଅଚଳାବସ୍ଥା ପାଇଁ ଗୃହକୁ ବୁଧବାର ଯାଏଁ ମୁଲତବି ରଖିଥିଲେ ହେଁ ଉକ୍ତ ପ୍ରସଙ୍ଗରେ ବିଧାନସଭାରେ ମୁଲତବି ଆଲୋଚନା ହେବ।



from Prameya News7 https://ift.tt/2OdoQ1K
ଆଜି ବିଧାନସଭାରେ ମୁଲତବି ଆଲୋଚନା ଆଜି ବିଧାନସଭାରେ ମୁଲତବି ଆଲୋଚନା Reviewed by SUBHENDU BARAL on July 23, 2019 Rating: 5

No comments:

Powered by Blogger.