ଜୁଲାଇ ୨୨ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଆର୍ଥିକ ଆବଶ୍ୟକତା ଉପୁଜି ପାରେ । ବନ୍ଧୁ ମିଳନରେ ବିଶେଷ ଉପକୃତ ହେବେ । ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ ହେବ । କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି । ଅବିବାହିତଙ୍କ ମନୋରମା କନ୍ୟା ସହ ବିବାହ ସ୍ଥିର ହେବ ।
ବୃଷ – ପାରିବାରିକ ବିବାଦରୁ ଅଶାନ୍ତି ଉପୁଜି ପାରେ । ଅସୁଖୀ ହୋଇପାରନ୍ତି । ଶତ୍ରୁନାଶ କରି ଆଶ୍ୱସ୍ତ ହେବେ । ପାରିବାରିକ ବିବାଦର ଅଳ୍ପ ସମୟ ଭିତରେ ସୁସମାଧାନ ହେବ । ମାନ୍ୟତା ଲାଭ କରିବେ । ଶାନ୍ତି ମିଳିବ ।
ମିଥୁନ – ବିଚାର ଆଲୋଚନା ଓ ପରାମର୍ଶ ନେଇ କାର୍ଯ୍ୟ କଲେ କର୍ମକ୍ଷେତ୍ରରେ ସଫଳତା ମିଳିବ । ଗୁରୁକୃପା ଲାଭ କରିପାରନ୍ତି । ସ୍ୱଚ୍ଛତା ପାଇଁ କାର୍ଯ୍ୟ କରିବେ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ବ୍ୟବସାୟରୁ ଅଧିକ ଲାଭ ପାଇବେ ।
କର୍କଟ – ଗୁରୁଜନଙ୍କ ପାଇଁ କଷ୍ଟ ସ୍ୱୀକାର କରିପାରନ୍ତି । ବାଦ-ବିବାଦର ସମ୍ମୁଖୀନ ହୋଇପାରନ୍ତି । ଭୁଲ ବୁଝାମଣା ଯୋଗୁଁ ମନରେ ଉଦ୍ବେଗ ଜାତ ହୋଇପାରେ । କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଯାନ-ବାହନ ସୁଖ ମିଳିବ ।
ସିଂହ – ଦିନସାରା କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି । ଉଚ୍ଚ ଆଶା ଫଳବତୀ ହେବ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । କର୍ମକ୍ଷେତ୍ରରେ ଢେର ଉନ୍ନତି ଘଟିବ । ସୁଖ-ସମ୍ଭୋଗରେ ସମୟ ବିତିବ । ବିବାଦରେ ବିଜୟୀ ହେବେ । ସମ୍ମାନିତ ହେବେ ।
କନ୍ୟା – ଯୁକ୍ତିଯୁକ୍ତ କଥା କହି ଅପରପକ୍ଷଙ୍କୁ ପରାସ୍ତ କରିପାରନ୍ତି । ଆଶାବାଦି ହେବେ । କାର୍ଯ୍ୟ କ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ବ୍ୟବସାୟ ଲାଭଜନକ ହେବ । ବିଭିନ୍ନ ଦିଗରୁ ଅର୍ଥାଗମ ହେବ । ପଦୋନ୍ନତି ମିଳିବାର ସୁଯୋଗ ସୃଷ୍ଟି ହୋଇଛି ।
ତୁଳା – ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳତା ମିଳିବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଗୁରୁକୃପା ଲାଭ କରିବେ । ସତ୍ କର୍ମରେ ନିୟୋଜିତ ହେବେ । ପାରିବାରିକ ସୁଖ ମିଳିବ ।
ବିଛା – କର୍ମରେ ନିଷ୍ଠାବାନ୍ ହେବେ । ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରି ଖର୍ଚ୍ଚାନ୍ତ ହେବେ । କ୍ଳାନ୍ତି ଓ ଅବସାଦର ସମ୍ମୁଖୀନ ହେବେ । ସୁବର୍ଣ୍ଣାଦି ଯୁକ୍ତ ହୋଇପାରନ୍ତି । ମଧୁର ବଚନ କହି କାର୍ଯ୍ୟ ହାସଲ କରିବେ । ଶାସ୍ତ୍ରପଟୁ ଓ ରାଜବଂଶ ପୁଜିତ ହେବେ ।
ଧନୁ – ଚାକିରି କ୍ଷେତ୍ରରେ ପାରଙ୍ଗମ ହେବେ । ରୋଜଗାର ଯଥେଷ୍ଟ ପରିମାଣର ହେବ । ସାଧନାରେ ସିଦ୍ଧି ଲାଭ କରିବେ । ସମ୍ମାନିତ ହେବେ । ସରକାରଙ୍କ କୃପା ପାତ୍ର ହୋଇପାରନ୍ତି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସୁଖୀ ହେବେ ।
ମକର – ବ୍ୟବସାୟରେ ସ୍ୱଳ୍ପ ଲାଭ ହେବ । ସତ୍ ସଙ୍ଗୀ ହୋଇପାରନ୍ତି । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ବନ୍ଧୁ ସହ ଯୋଗ ପାଇ ବିଶେଷ ଉପକୃତ ହୋଇପାରନ୍ତି । ଭ୍ରମଣରେ ଅପାର ଆନନ୍ଦ ମିଳିବ ।
କୁମ୍ଭ – ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ । ଯଶସ୍ୱୀ ହେବେ । ଉନ୍ନତି ପଥରେ ଆଗକୁ ବଢିବେ । ଆର୍ଥିକ ସ୍ଥିତିରେ ଅଭିବୃଦ୍ଧି ଘଟିବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ ହେବ । ପାରିବାରିକ ସୁଖ ମିଳିବ ।
ମୀନ – ସତର୍କତାରୁ ସୁଫଳ ମିଳିବ । ଦ୍ରବୟ ଲାଭର ସୂଚନା ମିଳୁଛି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ପରପୀଡନ ଓ କ୍ଳେଶର ସମ୍ମୁଖୀନ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ସତର୍କତାର ଦିନ ।



from Prameya News7 https://ift.tt/2Y13Dgc
ଜୁଲାଇ ୨୨ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ ଜୁଲାଇ ୨୨ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ Reviewed by SUBHENDU BARAL on July 21, 2019 Rating: 5

No comments:

Powered by Blogger.