ଶୁଷ୍କ ତ୍ୱଚାରୁ ମୁକ୍ତି ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର Rajalaxmi Sahoo

ଭୁବନନେଶ୍ୱର:  ସମସ୍ତେ ଚାହାନ୍ତି ତାଙ୍କ ତ୍ୱଚା କୋମଳ, ଉଜ୍ୱଳ ଓ ସୁନ୍ଦର ଦେଖାଯାଉ। କିନ୍ତୁ ବାହାର ପ୍ରଦୂଷଣ ଓ ଖରାପ ଜୀବନଶୈଳୀ ପାଇଁ ଏଭଳି ତ୍ୱଚା ପାଇବା କେବଳ ସ୍ୱପ୍ନରେ ରହିଥାଏ । ପରଫେକ୍ଟ ତ୍ୱଚା କେବଳ ସେତିକିବେଳେ ପାଇପାରିବେ, ଯେତେବେଳେ ଆପଣ ନିଜ ସ୍କିନ୍‌ ଟାଇପ୍‌ ଜାଣିପାରିବେ। କାରଣ ଭିନ୍ନ ଭିନ୍ନ ଟାଇପ୍‌ ସ୍କିନ୍‌ ପାଇଁ ଭିନ୍ନ ଭିନ୍ନ ଉପଚାର ରହିଛି। ଆଜି ଆମେ ଆପଣଙ୍କ ଶୁଷ୍କ ତ୍ୱଚାର କେମିତି ଯତ୍ନ ନେବେ ସେ ବିଷୟରେ କହିବୁ। ତ୍ୱଚାର ସବୁ ସମସ୍ୟାରେ ଫେସ୍‌ପ୍ୟାକ୍‌ ବହୁତ ସାହାଯ୍ୟ କରିଥାଏ। ସବୁପ୍ରକାର ତ୍ୱଚା ପାଇଁ ଭିନ୍ନ-ଭିନ୍ନ ପ୍ରକାର ଫ୍ୟାସପ୍ୟାକ୍‌ର ଆବଶ୍ୟକତା ରହିଛି।

ଶୁଷ୍କ ତ୍ୱଚା ପାଇଁ ଫେସ୍‌ପ୍ୟାକ୍…

ଖରା ଦିନେ ଶୁଷ୍ମ ତ୍ୱଚା ବହୁତ ସମ୍ବେଦନଶୀଳ ହୋଇଥାଏ। ସୁର୍ଯ୍ୟର ଅତିବାଇଗଣୀ କିରଣର ପ୍ରଭାବରେ ତ୍ୱଚା କଳା ପଡ଼ିଯିବା ସହ ଶୁଷ୍ମତାର ସମସ୍ୟା ମଧ୍ୟ ବଢିଯାଇଥାଏ। ଏମିତି ତ୍ୱଚା ଥିବା ମହିଳାମାନଙ୍କ ପାଇଁ ଏହି ଫେସ୍‌ପ୍ୟାକ୍‌ ଲାଭଦାୟକ ହେବ।

୧) ଅମୃତଭଣ୍ଡା – ପାଚିଲା ଅମୃତଭଣ୍ଡାକୁ ତିନି ଚାରି ଫାଳ କରି ଏକ ପେଷ୍ଟ ବନାନ୍ତୁ ଓ ଏହାକୁ ନିଜର ମୁହଁରେ ଭଲ ଭାବରେ ଲଗାନ୍ତୁ। ଏହା ପରେ ନରମ ସୂତା କପଡାରେ ମୁହଁକୁ ଭଲ ଭାବରେ ଘୋଡାଇ ଦିଅନ୍ତୁ। କାରଣ ପ୍ୟାକ୍‌ ଭଲ ଭାବରେ ଲାଗି ରହିବ। ୧୫ ମିନିଟ ପର୍ଯ୍ୟନ୍ତ ଆଖି ବନ୍ଦ କରି ରିଲାକ୍ସ କରନ୍ତୁ। ତା’ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ।

୨) ଦହି ଓ ମହୁ- ଦୁଇ ଚାମଚ ଦହିରେ ଏକ ଚାମଚ ମହୁ ମିଶାଇ ମୁହଁରେ ଭଲ ଭାବରେ ଲଗାନ୍ତୁ। ଏହା ଶୁଖି ଯିବା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ।

୩) ମଲାଇ ଓ କେଶର- ଗୋଟଏ ଚାମଚ ବେସନ, ଏକ ଚାମଚ ମଲାଇ, ଅଳ୍ପ କେସର ଓ ଏକ ଚାମଚ ଗୋଳାପ ଜଳକୁ ଏକା ସାଙ୍ଗରେ ମିଶାନ୍ତୁ ଓ ମୁହଁରେ ଲଗାଇ ଶୁଖିବା ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ଧିରେ ଧିରେ ପାଣି ହାତରେ ସଫା କରନ୍ତୁ ଓ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

୪) ବାଦାମ ଓ ଗୋଲାପ ଜଳ- ଆଠ-ଦଶଟି ବାଦାମକୁ ରାତି ସାରା ପାଣିରେ ବତୁରାଇ ରଖନ୍ତୁ ଓ ସକାଳୁ ତା’ର ପେଷ୍ଟ ତିଆରି କରନ୍ତୁ। ତା’ପରେ ସେଥିରେ ଗୋଳାପ ଜଳ ଦୁଇ-ଚାରି ବୁନ୍ଦା ମିଶାଇ ମୁହଁରେ ଲଗାନ୍ତୁ ଓ ୧୫ ମିନିଟ୍‌ ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହି ପ୍ୟାକ୍‌ ଶୁଷ୍ମ ତ୍ୱଚାରେ ଶୀଘ୍ର ପ୍ରଭାବ ପକାଇଥାଏ ।



from OTV Khabar. http://bit.ly/2XCTVwe
ଶୁଷ୍କ ତ୍ୱଚାରୁ ମୁକ୍ତି ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର Rajalaxmi Sahoo ଶୁଷ୍କ ତ୍ୱଚାରୁ ମୁକ୍ତି ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର Rajalaxmi Sahoo Reviewed by SUBHENDU BARAL on June 08, 2019 Rating: 5

No comments:

Powered by Blogger.