ବଲାଙ୍ଗିର: ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେରଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ଜୋର ଧରିଛି। ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଚେତାବନୀ ଦେଇଛି। ଏହାସହ ବଲାଙ୍ଗିର ଚାଲ ଡାକରା ମଧ୍ୟ ଦିଆଯାଇଛି।
ଅନ୍ୟପକ୍ଷେ, କଲମ ଛାଡ଼ ଆନ୍ଦୋଳନ ଜାରି ରଖିଥିବା କନିଷ୍ଠ ଯନ୍ତ୍ରୀ ସଂଘ ଆଜି ଭୁବନେଶ୍ୱରରେ ଓଡ଼ିଶା ଡିପ୍ଲୋମା ଇଂଜିନିୟର୍ ସର୍ଭିସ୍ ଆସୋସିଏସନ୍ ସହ ଆଲୋଚନା କରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି କହିଛି। ସର୍ବସାଧାରଣରେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍ବସ୍ କରାଇବା ଓ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ମାଡ଼ ମରାଇବା ଘଟଣାର ସପ୍ତାହେ ବିତି ଯାଇଥିଲେ ସୁଦ୍ଧା ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି।
ସୂଚନାଥାଉ କି, ପାଟଣାଗଡ଼ର ବିଜେଡି ବିଧାୟକଙ୍କ ଦବଙ୍ଗଗିରିର ପ୍ରମାଣ ଜିଲ୍ଲାପାଳଙ୍କ ହାତରେ ଲାଗିଛି। ବିଧାୟକ ସରୋଜ ମେହେର ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଯେଭଳି ଭାବେ କାନ ଧରି ଉଠ୍ବସ୍ କରାଇଛନ୍ତି, ତାହାର ସବିଶେଷ ରିପୋର୍ଟ ଜିଲ୍ଲାପାଳ ପାଇଛନ୍ତି।
ଆହୁରି ମଧ୍ୟ ପଢ଼ନ୍ତୁ: ଜିଲ୍ଲାପାଳଙ୍କ ହାତରେ ଲାଗିଲା ବିଜେଡି ବିଧାୟକଙ୍କ ଦବଙ୍ଗଗିରିର ପ୍ରମାଣ
from OTV Khabar. http://bit.ly/2wP8n8m
No comments: