ମାଡ଼ି ଆସୁଛି ବାତ୍ୟା ‘ବାୟୁ’; ଆଜି ଅପରାହ୍ନରେ କରିବ ଲ୍ୟାଣ୍ଡଫଲ୍‌ Rajalaxmi Sahoo

ଗାନ୍ଧିନଗର: ଧୀରେ ଧୀରେ ଗୁଜରାଟର ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ‘ବାୟୁ’। ବର୍ତ୍ତମାନ ଏହା ଘଣ୍ଟାକୁ ୧୨ କିଲୋମିଟର ବେଗରେ ଗତି କରୁଛି।  ସକାଳ ୭ଟା ସୁଦ୍ଧା ବାୟୁ ଗୁଜରାଟର ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଉପକୂଳରୁ ୧୩୦ କିଲୋମିଟର ଦୂରରେ ଥିଲା।

ଆଜି ଅପରାହ୍ଣରେ ଦ୍ୱାରକା-ଭାରଭାଲ ମଧ୍ୟରେ ଏହା ସ୍ଥଳ ଭାଗ ଛୁଇଁପାରେ। ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ୧୩୫ରୁ ୧୪୫ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ବାତ୍ୟାରେ ଗୁଜରାଟର ପ୍ରାୟ ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇପାରନ୍ତି। ୫ ଶହରୁ ଅଧିକ ଉପକୂଳବର୍ତ୍ତୀ ଗାଁର ୩ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି।

ବାତ୍ୟା ପାଇଁ ସୌରାଷ୍ଟ୍ର ଓ ଡିଉରେ ରେଡ୍ ଆଲର୍ଟ ଜାରି କରାଯାଇଛି।  ବାୟୁସେନାର ସି-୧୭ ବିମାନରେ ଏନ୍‌ଡିଆର୍‌ଏଫ୍‌ ଯବାନ ଓ ରିଲିଫ୍ ସାମଗ୍ରୀ ପରିବହନ କରାଯାଉଥିବା ବେଳେ କିଛି ହେଲିକପ୍ଟର ଏବଂ କୋଷ୍ଟଗାର୍ଡ ଜାହାଜ ମଧ୍ୟ ମୁତୟନ କରାଯାଇଛି। ତିନି ସେନାକୁ ପ୍ରତିକୂଳ ପରିସ୍ଥିତି ପାଇଁ ପ୍ରସ୍ତୁତ ରଖାଯାଇଛି।

ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସମସ୍ତ ପ୍ରସ୍ତୁତିର ଉଚ୍ଚ ସ୍ତରୀୟ ସମୀକ୍ଷା କରିଥିବା ବେଳେ ଗୁଜରାଟରେ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ନେଇ ବୈଠକ କରିଛନ୍ତି। ବାତ୍ୟା ପୂର୍ବରୁ ଗୁଜରାଟ ଓ ମହାରାଷ୍ଟ୍ର ଉପକୂଳରେ ପ୍ରବଳ ବର୍ଷା ସହ ପବନ ବହୁଥିବା ବେଳେ ସମୁଦ୍ର ବି ଅଶାନ୍ତ ରହିଛି।



from OTV Khabar. http://bit.ly/2XKhaV8
ମାଡ଼ି ଆସୁଛି ବାତ୍ୟା ‘ବାୟୁ’; ଆଜି ଅପରାହ୍ନରେ କରିବ ଲ୍ୟାଣ୍ଡଫଲ୍‌ Rajalaxmi Sahoo ମାଡ଼ି ଆସୁଛି ବାତ୍ୟା ‘ବାୟୁ’; ଆଜି ଅପରାହ୍ନରେ କରିବ ଲ୍ୟାଣ୍ଡଫଲ୍‌ Rajalaxmi Sahoo Reviewed by SUBHENDU BARAL on June 12, 2019 Rating: 5

No comments:

Powered by Blogger.