ନୂଆଦିଲ୍ଲୀ: ମୋଦିଙ୍କ ଦ୍ୱିତୀୟ ସରକାର ଟ୍ରେନ୍ ଯାତ୍ରୀଙ୍କ ଯାତ୍ରାକୁ ଆହୁରି ଆରାମଦାୟକ କରିବାକୁ ଯାଉଛନ୍ତି। ପ୍ରଥମଥର ପାଇଁ ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ ଟ୍ରେନରେ ମସାଜ ସେବା ଦେବାକୁ ବ୍ୟବସ୍ଥା କରୁଛନ୍ତି। ଯାତ୍ରୀ ଉଭୟ ପାଦ ଓ ମୁଣ୍ଡର ମସାଜ୍ ସେବା ପାଇବେ। ଏଥିପାଇଁ ୧୦୦ ଟଙ୍କାର ଟିକେଟ୍ ବ୍ୟତୀତ ଅତିରିକ୍ତ ଦେୟ ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି। କିନ୍ତୁ ଏହି ସେବା ବୋର୍ଡିଂ ଟିକେଟ୍ ଧାରୀଙ୍କ ପାଇଁ କେବଳ ଉପଲବ୍ଧ ହେବ।
ପ୍ରାଥମିକ ଭାବରେ ୩୯ଟି ଟ୍ରେନରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ମଧ୍ୟପ୍ରଦେଶ ଇନ୍ଦୋର ରେଲଓ୍ୱେ ଷ୍ଟେସନର ଜଣେ ରେଳ ଅଧିକାରୀ ସୂଚନା ଦେଇଛନ୍ତି। ଟ୍ରେନରେ ଏପରି ସେବା ଯୋଗାଇବା ପାଇଁ ପ୍ରଥମେ ଦେଶର ପଶ୍ଚିମ ରେଳ ଜୋନର ରତଲାମ ଡିଭିଜନ୍ ପ୍ରସ୍ତାବ ଦେଇଥିଲା ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।
ଏହି ସେବା ଦ୍ୱାରା ରେଳଯାତ୍ରା ଆରାମଦାୟକ ହେବ। ତା’ ସହିତ ଭାରତୀୟ ରେଳ ବାର୍ଷିକ ୨୦ ଲକ୍ଷରୁ ଅଧିକ ରୋଜଗାର କରିବ ବୋଲି ଆକଳନ କରାଯାଇଛି।
from OTV Khabar. http://bit.ly/2Myqj1O
ଏଣିକି ଟ୍ରେନ୍ରେ ମସାଜ୍ ସେବା ପାଇବେ ଯାତ୍ରୀ Rajalaxmi Sahoo
Reviewed by SUBHENDU BARAL
on
June 08, 2019
Rating:
No comments: