ଆସ୍କା (ମନୋଜ ମୁନି) : ମଦ୍ୟପ ବାପାର ଅତ୍ୟାଚାର ସହିନପାରି ଜୀବନ ହାରିଲେ ଦୁଇ ବଢ଼ିଲା ଝିଅ। ଦୁଇ ଝିଅଙ୍କୁ ଦଲାଲକୁ ବିକିଦେବା ଜିଦରେ ବାପା ଅଟଳ ରହିବାରୁ ଶେଷରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା କରିଛନ୍ତି ଦୁଇ ଝିଅ।
ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡ଼ିଆଳି ଗାଁରେ। ମୃତ ଦୁଇ ଭଉଣୀ ହେଲେ ଦୀପା ଓ ଜିତା ଭୂୟାଁ। ଅଭିଯୋଗ ହୋଇଛି, ଯେ ବାପା ପଦ୍ମନାଭ ଭୂୟାଁ ଏମାନଙ୍କୁ ୭୦ ହଜାର ଟଙ୍କାରେ ଦଲାଲକୁ ବିକ୍ରି କରି ଦେବାକୁ ଯୋଜନା କରିଥିଲା। ଗାଁ ଲୋକେ ଏ ସୂଚନା ପାଇବା ପରେ ବୈଠକ କରି ପଦ୍ମନାଭଙ୍କୁ ତାଗିଦ୍ କରିଥିଲେ। ପଦ୍ମନାଭ କିନ୍ତୁ ଝିଅଙ୍କୁ ବିକିଦେବା ଯୋଜନାରୁ ବିରତ ନହେବାରୁ ଦୁଇ ଭଉଣୀ ବିଷ ପିଇ ଦେଇଥିବା କୁହାଯାଉଛି।
ଗୁରୁତର ଅବସ୍ଥାରେ ଦୁଇ ଭଉଣୀଙ୍କୁ ଆସ୍କା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ପୁଲିସ ଶବ ବ୍ୟବଚ୍ଛେଦ କରି ଘଟଣାର ତଦନ୍ତ କରୁଛି।
from OTV Khabar. http://bit.ly/2KVUs93
ମଦ୍ୟପ ବାପାର ଅତ୍ୟାଚାର ସହିନପାରି ଜୀବନ ହାରିଲେ ଦୁଇ ବଢ଼ିଲା ଝିଅ Pradesh Pratyush
Reviewed by SUBHENDU BARAL
on
June 14, 2019
Rating:
No comments: