ଆଜି ରିଲିଜ୍‌ ହେଉଛି ‘ଗୋଲ୍‌ମାଲ୍‌ ଲଭ୍‌’ ଓ ‘ତୁ ମୋ ଲଭ୍‌ ଷ୍ଟୋରୀ-ଟୁ’ OTV KHABAR BUREAU

ଭୁବନେଶ୍ୱର: ରଜ ବଜାରରେ ଦର୍ଶକଙ୍କୁ ଏକାସଙ୍ଗେ ଦୁଇ ଦୁଇଟି ଫିଲ୍ମ ଭେଟି ଦେବାକୁ ଯାଉଛି ତରଙ୍ଗ ସିନେ ପ୍ରଡକ୍ସନ୍ସ। ଆଜି ପରଦାକୁ ଆସୁଛି ‘ଗୋଲ୍‌ମାଲ୍‌ ଲଭ୍’ ଓ ‘ତୁ ମୋ ଲଭ୍ ଷ୍ଟୋରି-ଟୁ’।

‘ଗୋଲ୍‌ମାଲ୍‌ ଲଭ୍‌’ରେ ନୂଆ ଯୋଡ଼ି ବାବୁସାନ ଓ ତମନ୍ନା ଥିବା ବେଳେ ‘ତୁ ମୋ ଲଭ୍ ଷ୍ଟୋରି-ଟୁ’ର ସିକ୍ୱେଲ୍‌ରେ ସ୍ୱରାଜ-ଭୂମିକାଙ୍କ ସହ ହିଟ୍ ଯୋଡ଼ି ସିଦ୍ଧାନ୍ତ ଓ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିବ।

‘ଗୋଲ୍‌ମାଲ୍‌ ଲଭ୍‌’ ଫିଲ୍ମରେ ନାୟକ ବାବୁଶାନଙ୍କ ଆଖିରେ ଲଣ୍ଡନ୍‌ରେ ସେଟଲ୍‌ ହୋଇ ପାଉଣ୍ଡ୍ କମାଇବାର ସ୍ୱପ୍ନ ରହିଛି। ଏହାସହ ଏନ୍‌ଆର୍‌ଆଇକୁ ବାହାହୋଇ ହଠାତ୍ ତାଙ୍କୁ ମିଳିଯାଉଛନ୍ତି ତାଙ୍କ ଲଣ୍ଡନର ଠିକଣା।

ନାୟିକା ତମନ୍ନା କିଛି ଏଭଳି କାହାଣୀ ସହ ରଜ ବଜାର ସରଗରମ କରିବାକୁ ଆସୁଛି ଫିଲ୍ମ ‘ଗୋଲ୍‌ମାଲ୍‌ ଲଭ୍’। ଫିଲ୍ମରେ ରହିଛି ଭରପୁର କମେଡି। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ବାବୁଶାନ୍ ଓ ତମନ୍ନାଙ୍କ ଯୋଡ଼ି ଅଭିନୟ କରିଛନ୍ତି।

ତରଙ୍ଗ ସିନେ ପ୍ରଡକ୍ସନର ଏହି ଫିଲ୍ମକୁ ଅଶୋକ ପତି ନିର୍ଦ୍ଦେଶନା ଦେଇଥିବା ବେଳେ ଏଥିରେ ଦିବଂଗତ ଅଭିନେତା ସଲିଲ୍ ମିତ୍ରଙ୍କ ସହ ବିଜୟ ମହାନ୍ତି, ଜୀବନ ପଣ୍ଡା ଓ ଶ୍ରୀତମ୍ ପ୍ରମୁଖ ଅଭିନୟ କରିଛନ୍ତି।

ଅଭିଜିତ୍ ମଜୁମଦାରଙ୍କ କମ୍ପୋଜିସନ୍‌ରେ ‘ସର୍ଜିକାଲ୍ ଷ୍ଟ୍ରାଇକ୍’, ‘ପ୍ୟାର୍ କରିବି କୁଞ୍ଚମ୍ କୁଞ୍ଚମ୍’ ଭଳି ଏହାର ଗୀତ ଗୁଡ଼ିକ ପୂର୍ବରୁ ହିଟ୍ ହୋଇସାରିଛି।

ସେହିପରି ତରଙ୍ଗର ଦ୍ୱିତୀୟ ରଜ ଭେଟି ‘ତୁ ମୋ ଲଭ୍ ଷ୍ଟୋରି-ଟୁ’ରେ ପ୍ରେମ୍ ଆନନ୍ଦ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ। ଭୁବନେଶ୍ୱର ଓ ବାରିପଦା ସହ ଆଣ୍ଡାମାନ୍‌ରେ ଏହାର ସୁଟିଂ ହୋଇଛି।

ରଜ ବଜାରରେ ରିଲିଜ୍‌ ହେବାକୁ ଯାଉଥିବା ଏହି ଦୁଇଟି ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁବା ସହିତ ସଫଳ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି।



from OTV Khabar. http://bit.ly/2WEURP9
ଆଜି ରିଲିଜ୍‌ ହେଉଛି ‘ଗୋଲ୍‌ମାଲ୍‌ ଲଭ୍‌’ ଓ ‘ତୁ ମୋ ଲଭ୍‌ ଷ୍ଟୋରୀ-ଟୁ’ OTV KHABAR BUREAU ଆଜି ରିଲିଜ୍‌ ହେଉଛି ‘ଗୋଲ୍‌ମାଲ୍‌ ଲଭ୍‌’ ଓ ‘ତୁ ମୋ ଲଭ୍‌ ଷ୍ଟୋରୀ-ଟୁ’ OTV KHABAR BUREAU Reviewed by SUBHENDU BARAL on June 13, 2019 Rating: 5

No comments:

Powered by Blogger.