ପଶ୍ଚିମବଙ୍ଗରେ ଚାଂଚଲ୍ୟ ସୃଷ୍ଟି କଲା ମମତାଙ୍କୁ ପଠାଯାଇଥିବା ଚିଠି : ଟିଏମସି ମୁଖ୍ୟଙ୍କୁ ମୃତ ଦେଖିବାକୁ ୧ କୋଟିର ଅଫର୍ ! Kanak News

ପଶ୍ଚିମବଙ୍ଗରେ ନିର୍ବାଚନୀ ଜନିତ ହିଂସା ଏବଂ ରକ୍ତପାତ କମୁନି। ହିଂସା ପାଇଁ ରାଜ୍ୟ ରାଜନୀତି ସରଗରମ ରହିଥିବାବେଳେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହତ୍ୟା ଧମକ ଆସିଥିବା କୁହାଯାଉଛି। ଜଣେ ଟିଏମସି ସାଂସଦଙ୍କ କହିବା ଅନୁଯାୟୀ ସେ ଏକ ଚିଠି ପାଇଛନ୍ତି। ଚିଠିରେ ମମତାଙ୍କ ମୃତ ଦେହ ଦେଖିବାପାଇଁ ୧ କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି କୁହାଯାଉଛି।

ଚିଠି ପାଇଥିବା ଟିଏମସି ସାଂସଦ ହେଉଛନ୍ତି ଆରମବାଗର ଅପରୁପା ପୋଦ୍ଦାର। ସୂଚନାନୁଯାୟୀ ଏହି ଚିଠିଟିରେ ରାଜବୀର କିଲ୍ଲା ନାମକ ଜଣେ ବ୍ୟକ୍ତି ସ୍ୱାକ୍ଷର କରିଛନ୍ତି। ଏଥିରେ ମମତାଙ୍କର ଏକ ବିକୃତ ଫଟୋ ଲାଗିଛି ଏବଂ ତାଙ୍କୁ ଜଣେ ରାକ୍ଷସୀ ଭାବେ ବର୍ଣ୍ଣନା କରାଯାଇଛି। ଚିଠିଟିରେ ମୋବାଇଲ୍ ନମ୍ବର ମଧ୍ୟ ଅଛି। ପୋଦ୍ଦାର ଏନେଇ ଶ୍ରୀରାମପୁର ଥାନାରେ ଏକ ଅଭିଯୋଗ ଦାଏର କରିଛନ୍ତି। ଅନ୍ୟପକ୍ଷେ ଚିଠିରେ ଯେଉଁ ବ୍ୟକ୍ତିଙ୍କ ନାଁ ଅଛି ସେହି ନାଁରେ ଅନ୍ୟଜଣେ ବ୍ୟକ୍ତି ଏବେ ପୁଲିସରେ ଅଭିଯୋଗ କରିଛନ୍ତି। ତାଙ୍କୁ ବଦନାମ୍ କରିବା ପାଇଁ କିଏ ଏମିତି ଚକ୍ରାନ୍ତ କରୁଛି ବୋଲି ସେ କହିଛନ୍ତି।



from Kanak News http://bit.ly/2F2AvJH http://bit.ly/2ZimmzH
ପଶ୍ଚିମବଙ୍ଗରେ ଚାଂଚଲ୍ୟ ସୃଷ୍ଟି କଲା ମମତାଙ୍କୁ ପଠାଯାଇଥିବା ଚିଠି : ଟିଏମସି ମୁଖ୍ୟଙ୍କୁ ମୃତ ଦେଖିବାକୁ ୧ କୋଟିର ଅଫର୍ ! Kanak News ପଶ୍ଚିମବଙ୍ଗରେ ଚାଂଚଲ୍ୟ ସୃଷ୍ଟି କଲା ମମତାଙ୍କୁ ପଠାଯାଇଥିବା ଚିଠି : ଟିଏମସି ମୁଖ୍ୟଙ୍କୁ ମୃତ ଦେଖିବାକୁ ୧ କୋଟିର ଅଫର୍ ! Kanak News Reviewed by SUBHENDU BARAL on June 10, 2019 Rating: 5

No comments:

Powered by Blogger.