ରାଜଧାନୀର ବାଲିଅନ୍ତା ଅଂଚଳରେ ପୁଣି ଗଡିଲା ମୁଣ୍ଡ। ପାହାଳ ନିକଟରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣି ପାଇଖାନା ଟାଙ୍କିରେ ଫିଙ୍ଗି ଦେଲେ ଦୁର୍ବୃତ୍ତ Kanak News

କନକ ବ୍ୟୁରୋ: ରାଜଧାନୀର ବାଲିଅନ୍ତା ଅଂଚଳରେ ପୁଣି ଗଡିଲା ମୁଣ୍ଡ । ପାହାଳ ନିଟକ ଅଟଳାଗଡା ନିକଟରେ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ଦିନ ଦ୍ୱିପହରରେ ଘଟିଲା ହତ୍ୟାକାଣ୍ଡ, ସବୁ ଦେଖୁଥିଲେ ମଧ୍ୟ କେହି କିନ୍ତୁ ତାଙ୍କୁ ରକ୍ଷା କରିବାକୁ ଆସିଲେନି । ବିଚ୍ ରାସ୍ତାରେ ହାଣିବା ପରେ, ସୁରେଖା ଆପାର୍ଟମେଂଟ ନିକଟରେ ଏକ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଯୁବକଙ୍କୁ ରକ୍ତାକ୍ତ ଅବସ୍ଥାରେ ଫିଙ୍ଗି ଚାଲିଯାଇଥିଲା ।
ପରେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଉଛନ୍ତି ଲଖମୀସାଗର ଅଂଚଳର ଶବର ସାହିର ପ୍ରୀତମ୍ ରାଉତରାୟ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମାସକ ତଳେ ବେଲଚାରେ ପିଟି ପିଟି ଜଣେ ରଙ୍ଗ ମିସ୍ତ୍ରୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲ।। ଏହି ଘଟଣା ମନରୁ ନଲିଭୁଣୁ ପୁଣି ଘଟିଛି ଆଉ ଏକ ହତ୍ୟାକାଣ୍ଡ ।
from Kanak News http://bit.ly/31huz9l http://bit.ly/2KAgVs4
ରାଜଧାନୀର ବାଲିଅନ୍ତା ଅଂଚଳରେ ପୁଣି ଗଡିଲା ମୁଣ୍ଡ। ପାହାଳ ନିକଟରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣି ପାଇଖାନା ଟାଙ୍କିରେ ଫିଙ୍ଗି ଦେଲେ ଦୁର୍ବୃତ୍ତ Kanak News
Reviewed by SUBHENDU BARAL
on
June 07, 2019
Rating:

No comments: