ବର୍ଷା ପରେ ବି କମିଲା ନାହିଁ ତାତି ! ୪୦ ଡିଗ୍ରୀ ଉପରେ ୧୦ ସହର Kanak News

କନକ ବ୍ୟୁରୋ : ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ଛୁଇଁବା ନେଇ ସ୍ପଷ୍ଟ କରିପାରୁନି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପାଣିପାଣି ବିଶେଷଜ୍ଞ କହୁଛନ୍ତି ଜୁନ୍ ୧୮ କିମ୍ବା ୧୯ରେ ପହଞ୍ଚିବ। କେବେ ପହଞ୍ଚିବ ତାହାକୁ ନେଇ ଅନିଶ୍ଚିତତା ଜାରି ରହିଛି। ସେପଟେ ମୌସୁମୀ ପୁଣିଥରେ ସକ୍ରିୟ ହୋଇଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ କେନ୍ଦ୍ରୀୟ ଆରବ ସାଗର, କର୍ଣ୍ଣାଟକ, ତାମିଲନାଡ଼ୁ, କେନ୍ଦ୍ରୀୟ, ଉତ୍ତର ଓ ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ହେବ। ଏଥିସହ ଉତ୍ତର ପୂର୍ବ ଭାରତ, ସିକିମ୍ ସମେତ ଉତ୍ତର ପଶ୍ଚିମବଙ୍ଗରେ ମୌସୁମୀ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଓଡ଼ିଶାର ଦୁଇ ପାର୍ଶ୍ବରେ ମୌସୁମୀ ସକ୍ରିୟ ହେଉଛି। ଏଥିସହ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେଉଁଥିପାଇଁ ମୌସୁମୀ ଖୁବଶୀଘ୍ର ଓଡ଼ିଶାରେ ପ୍ରବେଶ କରିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି।

ଅନ୍ୟପକ୍ଷରେ ଗୁରୁବାର କୋହଲା ପାଗ ଥିବା ବେଳେ ପୁଣି ତାତି ଲେଉଟିଛି। ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି। ଉପକୂଳରେ ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଥିବା ବେଳେ ପଶ୍ଚିମ ଓଡ଼ିଶାରେ ୨ରୁ ୩ ଡିଗ୍ରି ବଢ଼ିଛି। ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରି ପାର୍ ହୋଇଯାଇଛି। ଟିଟିଲାଗଡ଼ ତାପମାତ୍ରା ୪୩.୫ ଓ ଝାରସୁଗୁଡ଼ାରେ ତାପମାତ୍ରା ୪୨.୬ ଡିଗ୍ରିରେ ପହଞ୍ଚିଛି। ଦୁଇଦିନ ହେଲା ଉପକୂଳ ଓଡ଼ିଶାରେ ବର୍ଷା ହେଉଥିବାରୁ କୋହଲା ପାଗ ରହିଥିଲା। ତେବେ ଆଜି ପୁଣିଥରେ ବଢ଼ିଛି। ଭୁବନେଶ୍ବର ତାପମାତ୍ରା ୩୮ ଡିଗ୍ରି ଡେଇଁଥିବା ବେଳେ କଟକରେ ତାପମାତ୍ରା ୩୯.୧ ଡିଗ୍ରି ପାର୍ ହୋଇଛି। ବାଲେଶ୍ବରରେ ତାପମାତ୍ରା ୪୦ ଡିଗ୍ରି ଟପିଯାଇଛି। ତେବେ ଏହି ତାତିରୁ ନିସ୍ତାର ମିଳିବ ତାହାକୁ କେବଳ ରାଜ୍ୟବାସୀଙ୍କର ଅପେକ୍ଷା ରହିଛି । 



from Kanak News http://bit.ly/2wXftI9 http://bit.ly/2WCpvc0
ବର୍ଷା ପରେ ବି କମିଲା ନାହିଁ ତାତି ! ୪୦ ଡିଗ୍ରୀ ଉପରେ ୧୦ ସହର Kanak News ବର୍ଷା ପରେ ବି କମିଲା ନାହିଁ ତାତି ! ୪୦ ଡିଗ୍ରୀ ଉପରେ ୧୦ ସହର Kanak News Reviewed by SUBHENDU BARAL on June 14, 2019 Rating: 5

No comments:

Powered by Blogger.