ବାଘ ହାବୁଡରୁ ନାତୁଣୀକୁ ବଚାଂଇଲେ ଜେଜେମା’ ! ତିନିବର୍ଷର ନାତୁଣୀକୁ ଧରି ନେଉଥିଲା ଚିତାବାଘ ସାହସ ଦେଖାଇ ବାଘ କବଳରୁ ନାତୁଣୀକୁ ବଚାଂଇଲେ ଜେଜେମା’ । Kanak News

ଗୁଜୁରାଟର ଅମରେଲି ସରସିୟା ରେଞ୍ଜର ମାଲାସିକା ଗ୍ରାମରେ ଗୋଟିଏ ଚିତାବାଘ ପଶି ଆସିଥିଲା। ଚିତାବାଘ କ୍ଷେତରେ ଖେଳୁଥିବା ତିନିବର୍ଷର ଶିଶୁକୁ ଦେଖି ଆକ୍ରମଣ କରିଥିଲା। ଏହାପରେ ତାକୁ ମୁହଁରେ ଧରି ଦୌଡ଼ିବାକୁ ଲାଗିଥିଲା। ଏହି ଘଟଣା ବିଷୟରେ ଶିଶୁର ଜେଜେମା’ ଜାଣିବା ପରେ ନିଜ ଜୀବନକୁ ବାଜି ଲଗାଇ ଚିତାବାଘ ପଛରେ ଚିତ୍କାର କରି ଦୌଡ଼ିବାକୁ ଲାଗିଥିଲେ। ଜେଜେମା’ଙ୍କ ଦୌଡ଼ୁ ଥିବା ଦେଖି ଚିତାବାଘଟି ଶିଶୁକୁ ଛାଡ଼ି ଜଙ୍ଗଲ ଭିତରକୁ ପଳାଇଥିଲା।

ସୂଚନାଯୋଗ୍ୟ, ଜୟଦୀପଭାଇ ବାଘେଲା ନିଜ କ୍ଷେତ୍ରରେ କାମ କରୁଥିଲେ। କ୍ଷେତ ଠାରୁ କିଛି ଦୂରରେ ତାଙ୍କର ଦୁଇ ଶିଶୁ ଖେଳୁଥିଲେ। ସେତେବେଳେ ଆକସ୍ମିକ ଭାବେ ତିନିବର୍ଷର ଜାନୁକୁ ନେଇ ଚିତାବାଘ ଦୌଡ଼ିବାକୁ ଲାଗିଥିଲା। ବାପା ବହୁତ ଦୂରରେ ଥିବା ହେତୁ ଜାନୁର ଭଉଣୀ ତାର ଜେଜେମା’ଙ୍କୁ ଏ ବିଷୟରେ ଖବର ଦେଇଥିଲା। ଜେଜେମା’ ନାତୁଣୀ ମୁହଁରୁ ଏଭଳି ଖବର ଶୁଣି ତୁରନ୍ତ ଚିତାବାଘ ପଛରେ ପାଟି କରି ଦୌଡ଼ିବାକୁ ଲାଗିଥିଲ। ଶେଷରେ ଚିତାବାଘଟି ଜେଜେମା’ର ପାଟିରେ ଭୟଭୀତ ହୋଇ ଶିଶୁର ଛାଡ଼ି ପଳାଇଥିଲା।



from Kanak News http://bit.ly/2XloMNo http://bit.ly/2EOBTzt
ବାଘ ହାବୁଡରୁ ନାତୁଣୀକୁ ବଚାଂଇଲେ ଜେଜେମା’ ! ତିନିବର୍ଷର ନାତୁଣୀକୁ ଧରି ନେଉଥିଲା ଚିତାବାଘ ସାହସ ଦେଖାଇ ବାଘ କବଳରୁ ନାତୁଣୀକୁ ବଚାଂଇଲେ ଜେଜେମା’ । Kanak News ବାଘ ହାବୁଡରୁ ନାତୁଣୀକୁ ବଚାଂଇଲେ ଜେଜେମା’ ! ତିନିବର୍ଷର ନାତୁଣୀକୁ ଧରି ନେଉଥିଲା ଚିତାବାଘ ସାହସ ଦେଖାଇ ବାଘ କବଳରୁ ନାତୁଣୀକୁ ବଚାଂଇଲେ ଜେଜେମା’ । Kanak News Reviewed by SUBHENDU BARAL on June 01, 2019 Rating: 5

No comments:

Powered by Blogger.