ଫୋର୍ବସ ‘ଗ୍ଲୋବାଲ ୨୦୦୦’ ତାଲିକାରେ ଭାରତର ୫୭ କମ୍ପାନୀ, ଶ୍ରେଷ୍ଠ ୨୦୦ରେ ରିଲାଏନ୍ସ ଏକମାତ୍ର ଭାରତୀୟ କମ୍ପାନୀ Kanak News

ଦୁନିଆର ୨୦୦୦ ସବୁଠାରୁ ବଡ ସୁଚୀବଦ୍ଧ କମ୍ପାନୀଙ୍କ ସୂଚୀରେ ଭାରତର ୫୭ କମ୍ପାନୀକୁ ସ୍ଥାନ ମିଳିଛି । ରିଲା ଏନ୍ସ ଇଣ୍ଡଷ୍ଟ୍ରିଜ୍ ଦେଶର ଏକମାତ୍ର କମ୍ପାନୀ, ଯିଏ ଶୀର୍ଷ ୨୦୦ କମ୍ପାନୀରେ ସ୍ଥାନ ରଖିବାରେ ସଫଳ ହୋଇଛି । ପ୍ରତିଷ୍ଠିତ ପତ୍ରିକା ଫୋବର୍ସ ଏହି ସୂଚୀ ଜାରି କରିଛି । ଫୋବର୍ସର ବିଶ୍ୱ ସ୍ତରୀୟ ୨୦୦୦ କମ୍ପାନୀର ସୂଚୀ-୨୦୧୯ରେ ପ୍ରଥମ ସ୍ଥାନରେ ଚୀନର ଇଣ୍ଡଷ୍ଟ୍ରିଆଲ ଆଣ୍ଡ କମର୍ସିଆଲ ବ୍ୟାଙ୍କ ଅଫ୍ ଚାଇନା (ଆଇସିବିସି) । ଏହା ଲଗାତାର ସପ୍ତମ ଥର ଶୀର୍ଷ ସ୍ଥାନରେ ରହିଆସିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏହି ସୂଚୀରେ ୭୧ତମ ସ୍ଥାନରେ ଅଛି ।

ପେଟ୍ରୋଲିୟମ ଏବଂ ଗ୍ୟାସ କ୍ଷେତ୍ରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବିଶ୍ୱସ୍ତରୀୟ ରାଙ୍କିଙ୍ଗ ୧୧, ଯେବେକି ଏହି କ୍ଷେତ୍ରରେ ପ୍ରଥମ ସ୍ଥାନରେ ରୟାଲ ଡଚ୍ ଶେଲ ଅଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏକମାତ୍ର ଭାରତୀୟ କମ୍ପାନୀ, ଯିଏ ଶୀର୍ଷ ୨୦୦ କମ୍ପାନୀର ସୂଚୀରେ ସ୍ଥାନ ବନାଇବାରେ ସଫଳ ରହିଛି । ଶୀର୍ଷ ୨୦୦୦ କମ୍ପାନୀରେ ଏଚଡିଏଫସି ବ୍ୟାଙ୍କ(୨୦୯ତମ), ଓଏନଜିସି(୨୨୦), ଇଣ୍ଡିଆନ ଓଏଲ(୨୮୮) ଓ ଏଚଡିଏଫସି ଲିମିଟେଡ୍(୩୩୨) ।



from Kanak News http://bit.ly/2IHmMcn http://bit.ly/2IcX1S6
ଫୋର୍ବସ ‘ଗ୍ଲୋବାଲ ୨୦୦୦’ ତାଲିକାରେ ଭାରତର ୫୭ କମ୍ପାନୀ, ଶ୍ରେଷ୍ଠ ୨୦୦ରେ ରିଲାଏନ୍ସ ଏକମାତ୍ର ଭାରତୀୟ କମ୍ପାନୀ Kanak News ଫୋର୍ବସ ‘ଗ୍ଲୋବାଲ ୨୦୦୦’ ତାଲିକାରେ ଭାରତର ୫୭ କମ୍ପାନୀ, ଶ୍ରେଷ୍ଠ ୨୦୦ରେ ରିଲାଏନ୍ସ ଏକମାତ୍ର ଭାରତୀୟ କମ୍ପାନୀ Kanak News Reviewed by SUBHENDU BARAL on June 13, 2019 Rating: 5

No comments:

Powered by Blogger.