ଆଜି ଅପରାହ୍ଣରେ ପ୍ରକାଶ ପାଇବ ଜେଇଇ ଆଡଭାନ୍ସଡ ରେଜଲ୍ଟ Kanak News

କନକ ବ୍ୟୁରୋ : ଶୁକ୍ରବାର ପ୍ରକାଶ ପାଇବ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଫଳ। ପୂର୍ବାହ୍ନ ୧୦ଟାରେ ଜେଇଇ ଆଡଭାନ୍ସଡ୍ ୱେବସାଇଟରେ ଫଳ ଉପଲବ୍ଧ ହେବ। ର‌୍ୟାଙ୍କ ହାସଲ କରିଥିବା ଛାତ୍ରଛାତ୍ରୀ ଭୁବନେଶ୍ବର ସମେତ ଦେଶରେ ଥିବା ୨୨ଟି ଆଇଆଇଟିର ୧୧ ହଜାର ୨୭୯ ସିଟରେ ନାମ ଲେଖାଇ ପାରିବେ। ଜେଇଇ ମେନ୍ ପରୀକ୍ଷାରେ ଶ୍ରେଷ୍ଠ ୨ ଲକ୍ଷ ୪୫ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ଦେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ।

ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଓଡ଼ିଶାରୁ ମୋଟ ୫ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ଦେବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୩ ହଜାର ୨୬୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ର‌୍ୟାଙ୍କ ପ୍ରକାଶ ପାଇବା ପରେ ଜଏଣ୍ଟ ସିଟ୍ ଆଲଟ୍‌ମେଣ୍ଟ ଅଥରିଟି(ଜୋସା) କର୍ତୃପକ୍ଷ ନାମଲେଖା ପରିଚାଳନା କରିବେ।



from Kanak News http://bit.ly/2RcgtBk http://bit.ly/2Kh1aH3
ଆଜି ଅପରାହ୍ଣରେ ପ୍ରକାଶ ପାଇବ ଜେଇଇ ଆଡଭାନ୍ସଡ ରେଜଲ୍ଟ Kanak News ଆଜି ଅପରାହ୍ଣରେ ପ୍ରକାଶ ପାଇବ ଜେଇଇ ଆଡଭାନ୍ସଡ ରେଜଲ୍ଟ Kanak News Reviewed by SUBHENDU BARAL on June 13, 2019 Rating: 5

No comments:

Powered by Blogger.