ବିବାହବାର୍ଷିକୀରେ ସାବତ ବାପା ଏବଂ ଜନ୍ମଦାତ୍ରୀ ମା’ଙ୍କୁ ଏଭଳି ଭାବେ ଶୁଭେଚ୍ଛା ଜଣାଇଲେ ପୁଅ ! ସୋସିଆଲ୍ ମିଡିଆରେ ଖୁବ୍ ପ୍ରଶଂସା କଲେ ୟୁଜର୍ସ । Kanak News

ନିଜ ମାଆଙ୍କ ଦ୍ୱିତୀୟ ବିବାହର ଦ୍ୱିତୀୟ ବାର୍ଷିକୀ ଅବସରରେ କେରଳର ଯୁବକ ଗୋକୁଲ ଶ୍ରୀଧର ତାଙ୍କ ମାଆଙ୍କ ପାଇଁ ଫେସବୁକରେ ଲେଖିଥିବା ଭାବପ୍ରବଣ ଫୋଷ୍ଟ୍ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ଗୋକୁଲ ନିଜ ମାଆଙ୍କ ଦ୍ୱିତୀୟ ବିବାହ ନିଷ୍ପତ୍ତିକୁ ପ୍ରଶଂସା କରିବା ସହ ତାଙ୍କ ମାଆ କେଉଁ ଭଳି ଭାବେ କଷ୍ଟ ସହି ନିଜର ପ୍ରଥମ ବିବାହରେ କେବଳ ତ୍ୟାଗ କରିଛନ୍ତି ସେ ସଂପର୍କରେ ଉଲ୍ଲେଖ କରିଛନ୍ତି।

ଏକ ମାଲାୟଲମ ପୋଷ୍ଟରେ ଗୋକୁଲ୍ ଯାହା ଲେଖିଛନ୍ତି ଓଡ଼ିଆରେ ତାହାର ସାରାଂଶ ହେଉଛି ‘ବିବାହ ବାର୍ଷିକୀରେ ତୁମକୁ ଅଭିନନ୍ଦନ। ପ୍ରଥମ ବିବାହରେ ତୁମେ ଅନେକ କଷ୍ଟ ସହିଛ। ଶାରୀରିକ ଭାବେ ବି ନିର୍ଯାତିତ ହୋଇଛ। ଆଗକୁ ବଢ଼ିବା ପାଇଁ ତୁମେ ନେଇଥିବା ନିଷ୍ପତ୍ତି ପ୍ରଶଂସାଯୋଗ୍ୟ। ତୁମେ ମୋ ପାଇଁ ଅକେନ ବର୍ଷ ତ୍ୟାଗ କଲ। ଏବେ ତୁମ ଖୁସିରେ ମୁଁ ଅନେକ ଖୁସି। ଏହାଠାରୁ ବଡ଼ ଆନନ୍ଦ ମୋ ପାଇଁ ଆଉ କିଛି ହୋଇପାରେନା।’

ଗୋକୁଲ୍ ତାଙ୍କ ଫେସବୁକ୍ ଆକାଉଣ୍ଟରେ ତାଙ୍କ ମାଆଙ୍କ ସହ ମାଆଙ୍କର ଦ୍ୱିତୀୟ ସ୍ୱାମୀଙ୍କ ଫଟୋ ଦେଇ ତାଙ୍କୁ ବିବାହ ବାର୍ଷିକୀର ଅଭିନନ୍ଦନ ଜଣାଇଛନ୍ତି। ଏବେ ସୁଦ୍ଧା ଗୋକୁଲଙ୍କର ଏହି ପୋଷ୍ଟକୁ ୨୯ ହଜାର ଲାଇକ୍ ମିଳି ସାରିଲାଣି। ୩ ହଜାର ସେୟାର୍ ହୋଇ ସାରିଲାଣି। ଗୋକୁଲଙ୍କୁ ତାଙ୍କର ସାହାସ ପାଇଁ ଅନେକ ଫେସବୁକ୍ ବ୍ୟବହାରକାରୀ ପ୍ରଶଂସା ମଧ୍ୟ କରିଛନ୍ତି।



from Kanak News http://bit.ly/2IC3RQd http://bit.ly/2IcbqOz
ବିବାହବାର୍ଷିକୀରେ ସାବତ ବାପା ଏବଂ ଜନ୍ମଦାତ୍ରୀ ମା’ଙ୍କୁ ଏଭଳି ଭାବେ ଶୁଭେଚ୍ଛା ଜଣାଇଲେ ପୁଅ ! ସୋସିଆଲ୍ ମିଡିଆରେ ଖୁବ୍ ପ୍ରଶଂସା କଲେ ୟୁଜର୍ସ । Kanak News ବିବାହବାର୍ଷିକୀରେ ସାବତ ବାପା ଏବଂ ଜନ୍ମଦାତ୍ରୀ ମା’ଙ୍କୁ ଏଭଳି ଭାବେ ଶୁଭେଚ୍ଛା ଜଣାଇଲେ ପୁଅ ! ସୋସିଆଲ୍ ମିଡିଆରେ ଖୁବ୍ ପ୍ରଶଂସା କଲେ ୟୁଜର୍ସ । Kanak News Reviewed by SUBHENDU BARAL on June 12, 2019 Rating: 5

No comments:

Powered by Blogger.