ଏଣିକି ଛୋଟ ଦୋକାନୀ ଏବଂ ବ୍ୟବସାୟୀଙ୍କୁ ମାସିକ ପେନସନ୍ ମିଳିବ ୩,୦୦୦ ଟଙ୍କା ! ଜାଣନ୍ତୁ କିଭଳି ଉଠାଇବେ ଏହି ଯୋଜନାର ଲାଭ । Kanak News

ଆସନ୍ତା ଜୁନ୍ ମାସ ୧୭ ତାରିଖରୁ ଜୁଲାଇ ୨୬ ତାରିଖ ଯାଏଁ ଚାଲିବ ସଂସଦ ଅଧିବେଶନ । ଜୁନ୍ ୧୭ ଏବଂ ୧୮ ତାରିଖରେ ସଂସଦରେ ପଦ ଓ ଗୋପନୀୟତାର ଶପଥ ନେବେ ଦେଶର ନବ ନିର୍ବାଚିତ ସାଂସଦ । ଏହା ପରେ ଜୁନ୍ ୧୯ ତାରିଖରେ ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଜୁନ୍ ୨୦ ତାରିଖରେ ସଂସଦକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ଜୁଲାଇ ମାସ ୫ ତାରିଖରେ ବଜେଟ୍ ଉପସ୍ଥାପନ କରିବେ ସରକାର । ଏହାର ପୂର୍ବଦିନ ଅର୍ଥାତ ଜୁଲାଇ ୪ ତାରିଖରେ ଲୋକସଭାରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରାଯିବ । ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣଙ୍କର ଏହା ହେବ ପ୍ରଥମ ବଜେଟ । ଗତ ଫେବ୍ରୁଆରୀ ୧ରେ କେନ୍ଦ୍ର ସରକାର ଏକ ଲେଖାନୁଦାନ ବା କାମଚଳା ବଜେଟ ଉପସ୍ଥାପନ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ ପରେ ଆଜି ବସିଥିଲା ପ୍ରଥମ କ୍ୟାବିନେଟ୍ ବୈଠକ । ଆଉ ଏହି ବୈଠକରେ ଅନେକ ବଡ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ଦିନରେ ଅନୁଷ୍ଠିତ ହୋଇଥିବା ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂଗଠିତ ଶ୍ରମିକମାନଙ୍କୁ ମାସିକ ୩୦୦୦ ଟଙ୍କା ପେନସନ୍ ଦିଆଯିବା ନେଇ ଆଜି କ୍ୟାବିନେଟରେ ନିଷ୍ପତି ହୋଇଛି । ଆଉ ସବୁଠାରୁ ବଡ କଥା ହେଉଛି, ଛୋଟ ବ୍ୟବସାୟୀଙ୍କ ପାଇଁ ଏଣିକି ଆରମ୍ଭ ହେବାକୁ ଯାଉଛି ପେନସନ୍ ଯୋଜନା । ଏହି ଯୋଜନା ଅନୁଯାୟୀ, ୫ କୋଟି ଛୋଟ ବ୍ୟବସାୟୀ ଉପକୃତ ହେବେ । କ୍ୟାବିନେଟ୍ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ।

ବ୍ୟବସାୟୀ ପେନସନ୍ ଯୋଜନା କ’ଣ ?

୧ . ବ୍ୟବସାୟୀ ପେନସନ୍ ଯୋଜନା : କେନ୍ଦ୍ରୀୟ କ୍ୟାବିନେଟ୍ ଛୋଟ ବ୍ୟବସାୟୀଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଆରମ୍ଭ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି ଯାହା ଅନୁସାରେ ୬୦ ବର୍ଷ ବୟସ ପରେ ଛୋଟ ବ୍ୟବସାୟୀ କମ୍ ସେ କମ୍ ୩,୦୦୦ ଟଙ୍କା ମାସିକ ପେନସନର ହକଦାର ହେବେ ।

୨ . ଯୋଜନାର ଲାଭ : ଯୋଜନାର ଲାଭ ସେ ସବୁ ବ୍ୟବସାୟୀଙ୍କୁ ମିଳିବ ଯାହାଙ୍କ ଜିଏସଟି ଅନୁସାରେ ବାର୍ଷିକ ଟର୍ଣ୍ଣଓଭର୍ ୧.୫ କୋଟି ଟଙ୍କାରୁ କମ୍ ଥିବ । ୬୦ ବର୍ଷ ବୟସ ପରେ ବ୍ୟବସାୟୀ ତଥା ତାଙ୍କର ପରିବାର କମ୍ ସେ କମ୍ ୩୦୦୦ ଟଙ୍କା ମାସିକ ପେନସନ୍ ପାଇବେ । ଆପଣଙ୍କୁ କହିରଖୁଛୁ ଦେଢ କୋଟି ବାର୍ଷିକ ଆୟ କରୁଥିବା ଦୋକାନୀ , ସ୍ୱରୋଜଗାର କରୁଥିବା ବ୍ୟବସାୟୀ ଏବଂ ଛୋଟ ବେପାରୀ ଯାହାଙ୍କ ବୟସ ୧୮ ରୁ ୪୦ ମଧ୍ୟରେ ହୋଇଥିବ , ସେମାନେ ଏହି ଯୋଜନାର ଲାଭ ଉଠାଇପାରିବେ ।

୩ . ଯୋଜନାର ଲାଭ ଉଠାଇବା ପାଇଁ ୧୮ ରୁ ୪୦ ବର୍ଷ ବୟସର ବ୍ୟବସାୟୀଙ୍କୁ ଯୋଜନାରେ ପଞ୍ଜୀକୃତ କରିବାକୁ ପଡିବ । ଯୋଜନାର ଲାଭ ଉଠାଇବା ପାଇଁ ବ୍ୟବସାୟୀଙ୍କୁ ନିଜ ତରଫରୁ କିଛି ଅଶଂଦାନ ଜମା କରିବାକୁ ପଡିବ ଏବଂ ସରକାର ମଧ୍ୟ ବ୍ୟାପାରୀଙ୍କ ଆକାଉଣ୍ଟରେ ସେହି ଅର୍ଥକୁ ଖାତାରେ ଜମା କରିବେ ।

୪ . କେଉଁଠି କରିବେ ଆବେଦନ ?
ବ୍ୟବସାୟୀଙ୍କୁ ଏଥିପାଇଁ ଦେଶରେ ଥିବା ୩.୨୫ ଲକ୍ଷ କମନ୍ ସର୍ଭିସ୍ କେନ୍ଦ୍ର ଜରିଆରେ ନିଜକୁ ପଂଞ୍ଜୀକୃତ କରିବାକୁ ପଡିବ । ଯୋଜନା ଅନୁସାରେ ୩ ବର୍ଷ ମଧ୍ୟରେ ସାରା ଦେଶରେ ମୋଟ ୫ କୋଟି ଛୋଟ ବ୍ୟବସାୟୀ ପଞ୍ଜୀକୃତ କରାଯିବ ।



from Kanak News http://bit.ly/2MqWxMq http://bit.ly/2HPMuML
ଏଣିକି ଛୋଟ ଦୋକାନୀ ଏବଂ ବ୍ୟବସାୟୀଙ୍କୁ ମାସିକ ପେନସନ୍ ମିଳିବ ୩,୦୦୦ ଟଙ୍କା ! ଜାଣନ୍ତୁ କିଭଳି ଉଠାଇବେ ଏହି ଯୋଜନାର ଲାଭ । Kanak News ଏଣିକି ଛୋଟ ଦୋକାନୀ ଏବଂ ବ୍ୟବସାୟୀଙ୍କୁ ମାସିକ ପେନସନ୍ ମିଳିବ ୩,୦୦୦ ଟଙ୍କା ! ଜାଣନ୍ତୁ କିଭଳି ଉଠାଇବେ ଏହି ଯୋଜନାର ଲାଭ । Kanak News Reviewed by SUBHENDU BARAL on June 01, 2019 Rating: 5

No comments:

Powered by Blogger.