ଆଉ କିଛି ସମୟର ଅପେକ୍ଷା : ଜନ୍ମମାଟିରେ ପହଁଞ୍ଚିବ ପାହାଡ଼ରାଣୀ କଳ୍ପନାଙ୍କ ମରଶରୀର : କଳିଙ୍ଗ ଷ୍ଟାଡିୟମରେ ଶ୍ରଦ୍ଧାଞ୍ଜଳୀ ପାଇଁ ବ୍ୟାପକ ବନ୍ଦୋବସ୍ତ
ଭୁବନେଶ୍ବର ୨/୬: ଆଉ କିଛି ସମୟ ପରେ ଓଡ଼ିଶା ଆସିବ ପାହାଡ଼ରାଣୀ କଳ୍ପନା ଦାସଙ୍କ ପାର୍ଥିବ ଶରୀର । ଗତକାଲି ଅପରାହ୍ନରେ ଦିଲ୍ଲୀରେ ପହଞ୍ଚି ଥିଲା କଳ୍ପନାଙ୍କ ମର ଶରୀର । ମରଶରୀର କାଠମାଣ୍ଡୁରୁ ଦିଲ୍ଲୀରେ ପହଞ୍ଚିବାରେ ଡେରି ହୋଇଥିଲା । ସେତେବେଳକୁ ଭୁବନେଶ୍ବର ଆସିବାକୁ ଥିବା ବିମାନ ଚାଲିଆସିଥିଲା । ତେଣୁ ଏବେ ଅନ୍ୟ ଏକ ବିମାନରେ ଓଡିଶାରେ ପହଞ୍ଚିବ ମରଶରୀର । ପରେ ମରଶୀରର ଶେଷ ଦର୍ଶନ ପାଇଁ କଳିଙ୍ଗ ଷ୍ଟାଡିୟମର ସ୍ପୋର୍ସ କମ୍ପ୍ଲେକ୍ସରେ ରଖାଯିବ । ସେଠାରୁ କଳ୍ପନାଙ୍କ ମରଶରୀର ଢେଙ୍କାନାଳ ସ୍ଥିତ ତାଙ୍କ ପୈତୃକ ଗାଁକୁ ଯିବ । ସେପଟେ କାଠମାଣ୍ଡୁରେ ମୃତ କଳ୍ପନାଙ୍କ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟ ହସ୍ତଗତ ହୋଇଛି ।
ମାଉଣ୍ଟ ଏଭେରେଷ୍ଟରେ ଅକ୍ସିଜେନ୍ ଅଭବରୁ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ଗତ ୨୩ ତାରିଖରେ କଳ୍ପନା ଦାସଙ୍କର ଦେହାନ୍ତ ହୋଇଥିଲା । ଦ୍ଵିତୀୟ ଥର ପାଇଁ ଏଭେରେଷ୍ଟ୍ ଆରୋହଣ କରିବାର କିଛି ଘଣ୍ଟା ପରେ ହିଁ କଳ୍ପନା ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ମଙ୍ଗଳବାର ବେସ୍ କ୍ୟାମ୍ପକୁ କଳ୍ପନାଙ୍କ ମୃତଦେହ ଅଣାଯାଇଥିଲା । ସେଠାରୁ ଗୁରୁବାର କାଠମାଣ୍ଡୁରେ ପହଞ୍ଚିଥିଲା।
from News7 http://bit.ly/3136DWT
No comments: