ବିହାରରେ ସ୍ଥିତି ସଙ୍ଗୀନ, ୬୨ରେ ପହଞ୍ଚିଲାଣି ଶିଶୁ ମୃତ୍ୟୁ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କରିବେ ସ୍ଥିତି ସମୀକ୍ଷା Kanak News

କନକ ବ୍ୟୁରୋ : ବିହାରରେ ଏବେ ଏନସେଫାଲାଇଟସ ଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ସୁଦ୍ଧା ବିହାରରେ ଏଇଏସ୍ (ଆକ୍ୟୁଟ୍ ଏନସେଫାଲାଇଟିସ୍ ସିଣ୍ଡ୍ରୋମ୍) ରୋଗରେ ୪୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଏହି ମୃତ୍ୟୁସଂଖ୍ୟା ୬୨ରେ ପହଞ୍ଚିଛି। କେବଳ ମୁଜାଫରପୁରରେ ଏଇଏସ୍ ଯୋଗୁଁ ୪୭ ଶିଶୁଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଏବେ ବିହାରର ମୁଜାଫରପୁର ଗସ୍ତ କରି ସ୍ଥିତି ସମୀକ୍ଷା କରିବାର ଯୋଜନା ରଖିଛନ୍ତି। ଇତି ମଧ୍ୟରେ କେନ୍ଦ୍ର ସରକାର ମୁଜାଫରପୁରକୁ ଏକ ସ୍ବତନ୍ତ୍ର ଟିମ୍ ପଠାଇ ସାରିଛନ୍ତି। ସରକାରୀ ଡାକ୍ତରଖାନା ଗୁଡ଼ିକରେ ଚିକିତ୍ସା ପାଇଁ ସ୍ବତନ୍ତ୍ର ୱାର୍ଡ ସହ ଆଇସିୟୁ ମଧ୍ୟ ଖୋଲାଯାଇଛି।
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଏଇଏସ୍ ଯୋଗୁଁ ଶିଶୁଙ୍କର ମୃତ୍ୟୁ ହେଉନାହିଁ। ଶିଶୁଙ୍କଠାରେ ରକ୍ତ ସର୍କରା କମ୍ ଥିବାରୁ ଏବଂ ପ୍ରବଳ ଗରମ ହେତୁ ସେମାନଙ୍କର ମୃତ୍ୟୁ ହେଉଥିବା ନୀତୀଶ କହିଛନ୍ତି। ବିହାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଏହି ସମାନ କଥା କୁହାଯାଇଛି। ଉଲ୍ଲେଖଯୋଗ୍ୟ ପ୍ରତି ବର୍ଷ ଏହି ସମୟରେ ବିହାରରେ ଏଇଏସ୍ ହେତୁ ଅନେକ ଶିଶୁଙ୍କର ପ୍ରାଣହାନି ହୋଇଥାଏ। ସ୍ଥାନୀୟ ଅଞ୍ଚଳରେ ଏହାକୁ ‘ଚମ୍କି ବୁଖାର୍’ ବୋଲି କହନ୍ତି।from Kanak News http://bit.ly/2X9Axda http://bit.ly/2KNN8fz
ବିହାରରେ ସ୍ଥିତି ସଙ୍ଗୀନ, ୬୨ରେ ପହଞ୍ଚିଲାଣି ଶିଶୁ ମୃତ୍ୟୁ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କରିବେ ସ୍ଥିତି ସମୀକ୍ଷା Kanak News
Reviewed by SUBHENDU BARAL
on
June 14, 2019
Rating:
No comments: