ନୂଆଦିଲ୍ଲୀ: ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଏବେ ଟିଭି ବିତର୍କରୁ ନିଜକୁ ଦୂରେଇ ରଖିଛି। ମାସେ ପାଇଁ କୌଣସି ଟିଭି ଡିବେଟ୍ ବା ବିତର୍କରେ ମୁଖପାତ୍ରମାନେ ଭାଗ ନେବେ ନାହିଁ ବୋଲି କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
କଂଗ୍ରେସ ନେତାଙ୍କୁ ଡିବେଟ୍ କାର୍ଯ୍ୟକ୍ରମରେ ନ ଡାକିବାକୁ ନ୍ୟୁଜ୍ ଚ୍ୟାନେଲ ଓ ସଂପାଦକମାନଙ୍କୁ ସେ ଅନୁରୋଧ କରିଛନ୍ତି।
.@INCIndia has decided to not send spokespersons on television debates for a month.
All media channels/editors are requested to not place Congress representatives on their shows.
— Randeep Singh Surjewala (@rssurjewala) 30 May 2019
ଏହା ପୂର୍ବରୁ ଗତକାଲି ସମାଜବାଦୀ ପାର୍ଟି ଦଳର ଜଣେ ମୁଖପାତ୍ର ଦଳୀୟ ନିର୍ଦ୍ଦେଶ ନମାନି ଟିଭି ବିତର୍କରେ ସାମିଲ ହୋଇଥିବାରୁ ଦଳ ତାଙ୍କୁ ବହିଷ୍କାର କରିଛି। ସେହିପରି ଜେଡିଏସ୍ ମଧ୍ୟ ଟିଭି ବିତର୍କ ଓ ଗଣମାଧ୍ୟମରେ ଦଳୀୟ ନେତାଙ୍କୁ ସାମିଲ ନହେବାକୁ ନିର୍ଦ୍ଦେଶ ଦେଇଛି।
from OTV Khabar http://bit.ly/2WbVd4o
No comments: