ଭୁବନେଶ୍ୱର: ଏଭରେଷ୍ଟରୁ ଉଦ୍ଧାର ପରେ ପର୍ବତାରୋହିଣୀ କଳ୍ପନା ଦାସଙ୍କ ମୃତଦେହକୁ ଆଣିବା ପାଇଁ ପ୍ରକ୍ରିୟା ଜାରି ରହିଛି।
ସଫଳତାର ସହ ଗତ ରାତିରେ କଳ୍ପନାଙ୍କ ମରଶରୀରକୁ ଏଭରେଷ୍ଟ ଶୃଙ୍ଗରୁ ବେସ୍ କ୍ୟାମ୍ପକୁ ଆଣିଛନ୍ତି ସେର୍ପା ଟିମ୍।
ସେଠାରୁ ହେଲିକପ୍ଟର ମାଧ୍ୟମରେ ଲୁକ୍ଲା ଅଣାଯିବ ପରେ ସରକାରୀ ବିଧି ପ୍ରକ୍ରିୟା ପରେ ଆଜି ସୁଦ୍ଧା କାଠମାଣ୍ଡୁକୁ ମୃତଦେହ ନିଆଯିବ ବୋଲି ସୂଚନା ମିଳିଛି।
କଳ୍ପନାଙ୍କ ମୃତଦେହକୁ ଆଣିବା ପାଇଁ ସେଠାରେ ପୂର୍ବରୁ ପରିବାର ଲୋକେ ଅପେକ୍ଷା କରି ରହିଛନ୍ତି। ଗତକାଲି ଅପରାହ୍ନ ଗୋଟାଏରେ ଏଭରେଷ୍ଟ ଶୃଙ୍ଗରୁ ଉଦ୍ଧାର କରି କଳ୍ପନାଙ୍କ ମୃତଦେହକୁ କ୍ୟାମ୍ପ-ଟୁରେ ରଖାଯାଇଥିଲା।
ତେବେ ପ୍ରତିକୂଳ ପାଗ ଯୋଗୁ ଏହି କ୍ୟାମ୍ପକୁ ହେଲିକପ୍ଟର ଯାଇପାରିନଥିଲା। ଏହାପରେ ସେର୍ପା ଟିମ୍ ଦ୍ୱାରା ସଫଳତାର ସହ ମୃତଦେହକୁ ତଳକୁ ଅଣାଯାଇଥିଲା।
from OTV Khabar http://bit.ly/2I1KwaE
ଆଜି କାଠମାଣ୍ଡୁରେ ପହଞ୍ଚିବ କଳ୍ପନାଙ୍କ ମୃତଦେହ OTV KHABAR BUREAU
Reviewed by SUBHENDU BARAL
on
May 30, 2019
Rating:
No comments: