
ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ୨ଟି ଆସନରୁ ନିର୍ବାଚନ ଲଢ଼ି ପାରନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏନେଇ ବିଚାର କରୁଥିବା କହିଛନ୍ତି ନିଜେ କଂଗ୍ରେସ ହାଇକମାଣ୍ଡ୍ ରାହୁଲ ଗାନ୍ଧି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଏନେଇ ସଙ୍କେତ ଦେଇଛନ୍ତି।
ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ରାହୁଲ କହିଛନ୍ତି ଯେ, ୨ଟି ଆସନରୁ ଲଢ଼ିବା ବଡ଼କଥା ନୁହେଁ। ତେବେ ତାଙ୍କର ଏମିତି ଉତ୍ତରରୁ ସେ ଦୁଇଟି ଆସନରୁ ଲଢ଼ିବା ଅନୁମାନ କରାଯାଉଛି।
ନିଜର ପାରମ୍ପରିକ ଆସନ ଆମେଥି ସହ କେରଳର ଓ୍ୱାୟାନାଡ ଆସନରୁ ରାହୁଲ ପ୍ରାର୍ଥୀ ହେବା ନେଇ କିଛି ଦିନ ହେବ ଚର୍ଚ୍ଚା ଜାରି ରହିଛି। ଦକ୍ଷିଣ ଭାରତରେ କଂଗ୍ରସର ଭୋଟ୍ ବ୍ୟାଙ୍କ ବଢ଼ାଇବା ପାଇଁ ଦଳ ନୂଆ ରଣନୀତି କରୁଥିବା ଜଣାପଡ଼ିଛି।
from OTV Khabar https://ift.tt/2uAY073
ରାହୁଲ୍ ଗାନ୍ଧି ଦୁଇଟି ଆସନରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା Sangita Sahu
Reviewed by SUBHENDU BARAL
on
March 30, 2019
Rating:
No comments: