
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): କଟକ-ପାରାଦୀପ ରାସ୍ତା ଶିଉଳି ନିକଟରେ ଦୁର୍ଘଟଣା ହୋଇଛି। ଏକ ବାଇକକୁ ଟ୍ରକ୍ ଧକ୍କା ଦେବାରୁ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କିଶନନଗର ଥାନା ଅନ୍ତର୍ଗତ ରାଧାନଗର ଗ୍ରାମର ପ୍ରଶାନ୍ତ ସ୍ୱାଇଁ ଓ ବର୍ତି ଗାଁର ନାରାୟଣ ଖୁଣ୍ଟିଆ।
ମାର୍ବଲ କାମ କରିବାକୁ ବାଇକରେ କମରପଦା ଯାଉଥିଲେ। ତେବେ ଶିଉଳି ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।
ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ରଘୁନାଥପୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।
from OTV Khabar https://ift.tt/2I1UA56
ବାଇକକୁ ଧକ୍କା ଦେଲା ଟ୍ରକ୍, ୨ ମୃତ Jyotsnamayee Pradhan
Reviewed by SUBHENDU BARAL
on
March 30, 2019
Rating:
No comments: