
ଭୁବନେଶ୍ୱର: ପୁଲ୍ୱାମା ହମ୍ଲା ପରଠୁ ସାରା ଭାରତରେ ପାକିସ୍ତାନ ବିରୁଦ୍ଧରେ ପ୍ରତିଶୋଧର ନିଆଁ ଜଳୁଛି। ଏଭଳି ସ୍ଥିତିରେ ଏକ ଯାତ୍ରୀବାହୀ ବସ୍ରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ୍ ସହ ଯାତ୍ରୀଙ୍କୁ ଦୁର୍ବ୍ୟବହାର କରି ୨ଜଣ ଯୁବକ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଯାତ୍ରୀଙ୍କ ମାଡରେ ଦୁଇ ଯୁବକ ଲହୁ ଲହାଣ ହୋଇଥିବା ସୂଚନା ମିଳିଛି।
ଗତକାଲି ବରଗଡ଼ରୁ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଦେଇ କଟକ ଯାଉଥିବା ଏକ ସରକାରୀ ବସ୍ରେ ଏହି ଘଟଣା ଘଟିଛି। ବରଗଡରୁ ଆସୁଥିବା ଏହି ସରକାରୀ ବସ୍ରେ ବରପାଲିରୁ ୨ ଯୁବକ ବସିଥିଲେ। ସେମାନେ ଅଣଓଡ଼ିଆ ବୋଲି ଜଣାପଡ଼ିଛି।
ଏହି ୨ ଯୁବକ ବିନିକା-ସୋନପୁର ରାସ୍ତାର ମହାଦେବପାଲି ନିକଟରେ ଯାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିଲେ। ଫଳରେ ବସ୍ରେ ଯାତ୍ରୀମାନଙ୍କ ସହିତ ପ୍ରଥମେ ଯୁକ୍ତିତର୍କ ଓ ପରେ ମାର୍ପିଟ୍ ପର୍ଯ୍ୟନ୍ତ କଥା ଯାଇଥିଲା।
ବିନିକା ପୁଲିସ୍ ଘଟଣାର ତଦନ୍ତ କରୁଛି।
from OTV Khabar https://ift.tt/2HbJpqb
ମହଙ୍ଗା ପଡ଼ିଲା ବସ୍ ଭିତରେ ପାକିସ୍ତାନ ଜିନ୍ଦାବାଦ ନାରା OTV KHABAR BUREAU
Reviewed by SUBHENDU BARAL
on
March 01, 2019
Rating:
No comments: