
ସମ୍ବଲପୁର: ଫସଲ ବୀମା ରାଶି ପ୍ରଦାନରେ ବିଳମ୍ବ ହେଉଥିବାରୁ ଚାଷୀ ଅସନ୍ତୋଷ ତେଜୁଛି। ଖରିଫ ଫସଲର ସମୟ ବିତି ଯାଇଥିଲେ ମଧ୍ୟ ତା’ ପୂର୍ବ ବର୍ଷର ପ୍ରଧାନ ମନ୍ତ୍ରୀ ଫସଲ ବୀମା ରାଶି ମିଳି ନାହିଁ।
ଏହାର ପ୍ରତିବାଦରେ ସମ୍ବଲପୁର ଜିଲ୍ଲାର ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି। ଆଜି ଜିଲ୍ଲାର ୧୭ଟି ସ୍ଥାନରେ ଚକା ଜାମ୍ କରିଥିଲେ। ଜିଲ୍ଲାର ୧୭ଟି ସ୍ଥାନରେ ସକାଳ ୧୦ଟାରୁ ଅପରାହ୍ନ ୧ଟା ଯାଏ ଚାଷୀମାନେ ଆନ୍ଦୋଳନ କରିଥିଲେ।
ସେମାନେ ଅଭିଯୋଗ କରିଛନ୍ତି, ଠିକ୍ ସମୟରେ ତ ପ୍ରିମିୟମ ଦେଲେ ଅପରପକ୍ଷେ ଫସଲ ହେଲା ନାହିଁ। ତେବେ ଯଦି ବୀମା ରାଶି ନ ମିଳେ, ତେବେ ଯୋଜନାର ଲାଭ କ’ଣ, ପ୍ରିମିୟମ ଭରିବାର ଲାଭ କ’ଣ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି।
from OTV Khabar https://ift.tt/2D64vVW
ଫସଲ ବୀମା ରାଶି ପ୍ରଦାନରେ ବିଳମ୍ବକୁ ନେଇ ଚାଷୀ ଅସନ୍ତୋଷ Rosalin Rath
Reviewed by SUBHENDU BARAL
on
October 26, 2018
Rating:
No comments: