ତୃତୀୟ ଲହରକୁ ନେଇ କାନପୁର ଆଇଆଇଟି ମଡେଲର ବଡ଼ ଆକଳନ । ନଆସିପାରେ ବଡ ଆକାରରେ ତୃତୀୟ ଲହର, କରୋନା ନିୟମ ପାଳନ ପାଇଁ ଦେଲେ ପରାମର୍ଶ । Kanak News
କନକ ବ୍ୟୁରୋ: କରୋନାର ତୃତୀୟ ଲହରକୁ ନେଇ ଆଶଙ୍କା ଭିତରେ ବଡ ଆକଳନ କରିଛି କାନପୁର ଆଇଆଇଟି ମଡେଲ । କାନପୁର ଓ ହାଇଦ୍ରାବାଦ ଆଇଆଇଟିର ଗବେଷକମାନଙ୍କ ଦ୍ୱାରା ପ୍ରସ୍ତୁତ କୋଭିଡ୍-୧୯ର ଗାଣିତିକ ମଡେଲ ଅନୁସାରେ ଆସିନପାରେ ବଡ ଆକାରରେ ତୃତୀୟ ଲହର ।
କାନପୁର ଆଇଆଇଟି ପ୍ରଫେସର ମନିନ୍ଦ୍ର ଅଗୱାଲଙ୍କ ନେତୃତ୍ୱରେ ପ୍ରସ୍ତୁତ ମଡେଲ ଅନୁସାରେ ଅତି ଖରାପ ସ୍ଥିତି ଆସିଲେ ବି ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ସର୍ବାଧିକ ଦୈନିକ ୨ଲକ୍ଷ ଲୋକ ସଂକ୍ରମିତ ହୋଇପାରନ୍ତି । ଏଥିସହ କୋଭିଡ୍ ଗାଇଡଲାଇନ କଡାକଡି ପାଳନ କରିବାକୁ କାନପୁର ଆଇଆଇଟି ମଡେଲ୍ରେ କୁହାଯାଇଛି । କୋଭିଡ୍ ନିୟମ ପାଳନ କଲେ ତୃତୀୟ ଲହରକୁ ଆଡେଇ ଦେଇ ହେବ ବୋଲି କହିଛନ୍ତି କାନପୁର ଆଇଆଇଟିର ଗବେଷକ ।
ସେପଟେ ଆସନ୍ତା ୨ ସପ୍ତାହ ଭିତରେ ଓଡିଶାରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୭୩୯କୁ ଖସିପାରେ ବୋଲି କହିଛି କାନପୁର ମଡେଲ । ଏହି ମଡେଲ ଅନୁସାରେ ଦୈନିକ ସଂକ୍ରମଣ ସଂଖ୍ୟା ତଳମୁହାଁ ରହିଛି । କରୋନାର ଏହି ତଳମୁହାଁ ଟ୍ରେଣ୍ଡ କହୁଛି, ଦୁଇ ସପ୍ତାହରେ ଦୈନିକ ସଂକ୍ରମଣ ସଂଖ୍ୟା ୭୩୯କୁ ହ୍ରାସ ପାଇପାରେ ।
ଜୁଲାଇ ପ୍ରଥମ ତିନି ଦିନରେ ରାଜ୍ୟର ଟିପିଆର ବା ସଂକ୍ରମଣ ହାର ୫ପ୍ରତିଶତ ତଳେ ରହିଛି । ଜୁଲାଇ ୩ରେ ୨ ହଜାର ୯୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ସଂକ୍ରମଣ ହାର ରହିଛି ୪ ଦଶମିକ ୦୭ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମ ଅନୁସାରେ ଯେଉଁଠି ଦୁଇ ସପ୍ତାହ ଧରି ସଂକ୍ରମଣ ୫ ପ୍ରତିଶତ ତଳେ ରହିବ, ସେଠି ସ୍ଥିତି ନିୟନ୍ତ୍ରଣରେ ଥିବା କୁହାଯାଇପାରିବ । ଦୈନିକ ସଂକ୍ରମଣ ସଂଖ୍ୟା ଖୁବ୍ ଶୀଘ୍ର କମିବ ବୋଲି କମ୍ ସଂକ୍ରମଣ ହାର ସଂକେତ ଦେଉଛି ।
from Kanak News https://ift.tt/3xg36V5 https://ift.tt/3Aq1hGV
No comments: