‘ବିଜେପି କ୍ଷମତାକୁ ଆସିଲେ ସ୍ୟାଟ୍‌ର ହେବ ପୁନର୍ବିନ୍ୟାସ’ OTV KHABAR BUREAU

ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ ବା ସ୍ୟାଟ୍‌ ବନ୍ଦ ଲାଗି ସରକାରଙ୍କ ପଦକ୍ଷେପକୁ ନିନ୍ଦା କରିଛି ବିଜେପି । ଏହା ରାଜ୍ୟ ସରକାରଙ୍କ ଏକଛତ୍ରବାଦୀ ନୀତି ସ୍ପଷ୍ଟ କରୁଛି ବୋଲି ଅଭିଯୋଗ କରିଛନ୍ତି ଦଳର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ।

ଆଜି ଏକ ପ୍ରେସ ମିଟ୍‌ରେ ରାଜ୍ୟ ସରକାରଙ୍କ ପଦକ୍ଷେପ କର୍ମଚାରୀ ଓ ଲୋକ ବିରୋଧୀ ବୋଲି ବିଶ୍ୱଭୂଷଣ କହିଛନ୍ତି । ବିଜେପି ସହ ମେଣ୍ଟ ଥିବାବେଳେ ବିଜେଡି ଏଭଳି ଚକ୍ରାନ୍ତ କରିଥିଲା ଏବଂ ସେ ଏହାକୁ ବିରୋଧ କରିଥିଲେ ବୋଲି କହିଛନ୍ତି । ତେବେ ବିଜେପି କ୍ଷମତାକୁ ଆସିଲେ ସ୍ୟାଟ୍‌ର ପୁନର୍ବିନ୍ୟାସ କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।

ସ୍ୟାଟର କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ଅବସର ପରେ ଏବେ ଜଣେ ମାତ୍ର ସଦସ୍ୟ ଅଛନ୍ତି। ଯେଉଠିକି ୮ ଜଣ ସଦସ୍ୟ ରହିବା କଥା । ଏବେ ସ୍ୟାଟ ଅଧିନରେ ଥିବା ୪ଟି ବେଞ୍ଚରେ ଚାଲିଥିବା ମାମଲାର ଶୁଣାଣି ଏହି ଏକମାତ୍ର ସଦସ୍ୟଙ୍କ ଦାୟିତ୍ୱରେ। ସେପଟେ ଏନେଇ ସରକାର କିମ୍ବା ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।



from OTV Khabar https://ift.tt/2tK0lft
‘ବିଜେପି କ୍ଷମତାକୁ ଆସିଲେ ସ୍ୟାଟ୍‌ର ହେବ ପୁନର୍ବିନ୍ୟାସ’ OTV KHABAR BUREAU ‘ବିଜେପି କ୍ଷମତାକୁ ଆସିଲେ ସ୍ୟାଟ୍‌ର ହେବ ପୁନର୍ବିନ୍ୟାସ’ OTV KHABAR BUREAU Reviewed by SUBHENDU BARAL on March 01, 2019 Rating: 5

No comments:

Powered by Blogger.