ଆସନ୍ତା ରବିବାର ଖୋଲାରହିବ ସରକାରୀ ବ୍ୟାଙ୍କ! ଜାଣନ୍ତୁ କେଉଁ କାମ କରିପାରିବେ ଗ୍ରାହକ Kanak News

ରବିବାର ଖୋଲା ରହିବ ବ୍ୟାଙ୍କ । ଆସନ୍ତାକାଲି ଅଥାର୍ତ ମାର୍ଚ୍ଚ ୩୧ରେ ଦେଶର ସମସ୍ତ ସରକାରୀ ନେଣଦେଣ କରୁଥିବା ନିର୍ଦ୍ଦିଷ୍ଟ ବ୍ୟାଙ୍କ୍ ଶାଖା ଗୁଡିକ ଖୋଲା ରହିବ । ଏନେଇ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପୂର୍ବରୁ ଏକ ନିର୍ଦ୍ଦେଶାନାମା ଜାରି କରିଥିଲା । ମାର୍ଚ୍ଚ ୩୧ରେ ଆର୍ଥିକ ବର୍ଷର ଶେଷ ଦିନ ହେଇଥିବାରୁ ବ୍ୟାଙ୍କ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପେ ଏବଂ ଆକାଉଣ୍ଟ କାର୍ଯ୍ୟାଳୟ ଗୁଡ଼ିକ ରବିବାର ଖୋଲା ରଖିବାକୁ ଆରବିଆଇ ପକ୍ଷରୁ କୁହାଯାଇଛି ।

ଚଳିତ ଆର୍ଥିକ ବର୍ଷର ଶେଷ ଦିନ ରବିବାର ପଡୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାରୀ ନେଣଦେଣ କରୁଥିବା ବ୍ୟାଙ୍କ ଶାଖା ଗୁଡ଼ିକୁ ଉକ୍ତ କାମ ସେହିଦିନ ଶେଷ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ରିଜର୍ଭ ବ୍ୟାଙ୍କ କହିଛି। ମାର୍ଚ୍ଚ ୩୦ ତାରିଖ ଦିନ ସରକାରୀ ନେଣଦେଣ ପାଇଁ ବ୍ୟାଙ୍କ ଗୁଡ଼ିକ ସେମାନଙ୍କ ନିର୍ଦ୍ଦିଷ୍ଟ କାଉଣ୍ଟରକୁ ରାତି ୮ଟା ଏବଂ ୩୧ ତାରିଖରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ କୁହାଯାଇଛି।

ଆସନ୍ତକାଲି ସାଧାରଣ ଗ୍ରାହକ ମଧ୍ୟ ବ୍ୟାଙ୍କ ସମ୍ବନ୍ଧୀୟ କାମ କରିପାରିବେ । ଯଦି ସାଧାରଣ ଲୋକ ଚେକ ଜମା କରିବାକୁ ଚାହିିଁବେ ତାହା କରିପାରିବେ । ଏହାଛଡା ରବିବାର ଅନଲାଇନ ବ୍ୟାଙ୍କିଙ୍ଗ ସର୍ଭିସ ଯେପରିକି ଏନଇଏଫଟି, ଆରଟିଜିଏସ ସେବାର ମଧ୍ୟ ଲାଭ ଉଠାଇପାରିବେ ଗ୍ରାହକ । କାରଣ ଏହି ସେବା ପୂର୍ବରୁ ରବିବାର ବନ୍ଦ ରହିଥାଏ । ଏହାଛଡା ବ୍ୟାଙ୍କରେ ଜମା ସମ୍ବନ୍ଧୀୟ କାର୍ଯ୍ୟ ମଧ୍ୟ କରିପାରିବେ ଗ୍ରାହକ ।



from Kanak News https://ift.tt/2CHptbG https://ift.tt/2V8cIhI
ଆସନ୍ତା ରବିବାର ଖୋଲାରହିବ ସରକାରୀ ବ୍ୟାଙ୍କ! ଜାଣନ୍ତୁ କେଉଁ କାମ କରିପାରିବେ ଗ୍ରାହକ Kanak News ଆସନ୍ତା ରବିବାର ଖୋଲାରହିବ ସରକାରୀ ବ୍ୟାଙ୍କ! ଜାଣନ୍ତୁ କେଉଁ କାମ କରିପାରିବେ ଗ୍ରାହକ Kanak News Reviewed by SUBHENDU BARAL on March 30, 2019 Rating: 5

No comments:

Powered by Blogger.