
ଆମ ଆଦମୀ ପାର୍ଟି (ଆପ୍)ର ସର୍ବପ୍ରଥମ କିନ୍ନର ପ୍ରାର୍ଥୀ ଭାବେ ଭବାନୀ ନାଥ ବାଲ୍ମିକୀ ଚଳିତ ୨୦୧୯ ନିର୍ବାଚନରେ ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକସଭା ଆସନରୁ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ‘କିନ୍ନର ଆଖଡ଼ା’ ମହାମଣ୍ଡେଳେଶ୍ୱରର ସଦସ୍ୟ ଭବାନୀ ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଗଣମାଧ୍ୟମକୁ ଆପର ବରିଷ୍ଠ ନେତା ସଞ୍ଜୟ ସିଂହ କହିଛନ୍ତି ।
ସେ କହିଛନ୍ତି ଯେ, ମୋଦି ସରକାର କିନ୍ନର ସଂପ୍ରଦାୟ ବିରୋଧରେ ସଂସଦରେ ଅପମାନସୂଚକ ବିଲ୍ ଆଣୁଥିବା ବେଳେ ଆପ୍ କିନ୍ନର ସଂପ୍ରଦାୟକୁ ଯଥେଷ୍ଟ ସମ୍ମାନ ଦିଏ। ସେଥିପାଇଁ ଖାଲି କଥାରେ ନୁହେଁ, କାମରେ କରି ଦେଖାଇବା ପାଇଁ ଦଳ ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକସଭା ଆସନରୁ ଭବାନୀଙ୍କୁ ଦଳୀୟ ପ୍ରାର୍ଥୀ କରିଛି। ୪୬ ବର୍ଷ ବୟସ୍କ ଭବାନୀ ଜଣେ ସମାଜସେବୀ ଭାବେ ପ୍ରତିଷ୍ଠା ଅର୍ଜନ କରିବା ସହ ଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଜଣେ ଜୁରି ମଧ୍ୟ ଥିଲେ। ସେ ଏହି ଆସନରୁ ନିଶ୍ଚିତ ରୂପେ ବିଜୟୀ ହେବା ସହ ଦେଶର ସର୍ବପ୍ରଥମ କିନ୍ନର ସାଂସଦ ଭାବେ ମାନ୍ୟତା ପାଇବେ ବୋଲି ଆଶ ପ୍ରକଟ କରିଛନ୍ତି ଆପ୍ର ବରିଷ୍ଠ ନେତା ସଞ୍ଜୟ ସିଂହ।
from Kanak News https://ift.tt/2CL9SrI https://ift.tt/2V71Pwm
No comments: