ମହାନଦୀ ଜଳ ବିବାଦ ମାମଲା: ଓଡ଼ିଶା-ଛତିଶଗଡ଼କୁ ପୁଣି ଆଲୋଚନା କରିବାକୁ ନିର୍ଦ୍ଦେଶ Jyotsnamayee Pradhan

mahanadii

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା-ଛତିଶଗଡ଼ ସରକାରଙ୍କୁ ଆଉ ଥରେ ଆଲୋଚନା ପାଇଁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଏହି ମାମଲାରେ ଶୁଣାଣି ହୋଇଥିଲା। ଏଥିରେ ଉଭୟ ପକ୍ଷକୁ ଆପୋଷ ଆଲୋଚନା ଦ୍ୱାରା ସମାଧାନ କରିବାକୁ ଟ୍ରିବୁନାଲ ପରାମର୍ଶ ଦେଇଛନ୍ତି। ଆସନ୍ତା ମେ’ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋଷ ସମାଧାନ ପାଇଁ ପୂର୍ବ ଶୁଣାଣିରେ ଟ୍ରିବ୍ୟୁନାଲ ପରାମର୍ଶ ଦେଇଥିଲେ। ଉଭୟ ପକ୍ଷର ଆଡଭୋକେଟ ଜେନେରାଲ ସ୍ତରୀୟ ବୈଠକ ମାଧ୍ୟମରେ ସମାଧାନ କରିବାକୁ ଟ୍ରିବ୍ୟୁନାଲ କହିଥିଲେ। ହେଲେ ଗତ ଆଡଭୋକେଟ୍ ଜେନେରାଲ୍ ବୈଠକରେ କୌଣସି ସମାଧାନ ବାହାରି ପାରି ନଥିଲା। ଅଣମୌସୁମୀ ସମୟରେ ଓଡ଼ିଶାକୁ କେତେ ପରିମାଣରେ ଜଳ ଛଡ଼ାଯିବ ତାକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ରହିଛି।



from OTV Khabar https://ift.tt/2CO0AuZ
ମହାନଦୀ ଜଳ ବିବାଦ ମାମଲା: ଓଡ଼ିଶା-ଛତିଶଗଡ଼କୁ ପୁଣି ଆଲୋଚନା କରିବାକୁ ନିର୍ଦ୍ଦେଶ Jyotsnamayee Pradhan ମହାନଦୀ ଜଳ ବିବାଦ ମାମଲା: ଓଡ଼ିଶା-ଛତିଶଗଡ଼କୁ ପୁଣି ଆଲୋଚନା କରିବାକୁ ନିର୍ଦ୍ଦେଶ Jyotsnamayee Pradhan Reviewed by SUBHENDU BARAL on March 30, 2019 Rating: 5

No comments:

Powered by Blogger.