ଚା କପ୍‌ରେ ‘ମୈ ଭି ଚୌକିଦାର’ ଲେଖାକୁ ନେଇ ବିବାଦ, ରେଳ ମନ୍ତ୍ରଣାଳୟକୁ ନିର୍ବାଚନ କମିଶନଙ୍କ ନୋଟିସ୍

ନୂଆଦିଲ୍ଲୀ ୩୦|୩ : ନିୟମ ଉଲ୍ଲଂଘନ କରି ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଉଦ୍ୟମ ଅଭିଯୋଗ ହୋଇଛି । ଟ୍ରେନ୍ ଚା କପ୍ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମୈ ଭି ଚୌକିଦାର’ ଫଟୋକୁ ନେଇ ରେଳ ମନ୍ତ୍ରଣାଳୟକୁ ନିର୍ବାଚନ କମିଶନଙ୍କ ନୋଟିସ୍ କରିଛି ।

ଶତାଦ୍ଦୀ ଟ୍ରେନ୍ ର ଜଣେ ଯାତ୍ରୀ ମୈ ଭି ଚୌରିଦାର ସ୍ଲୋଗାନ ଲେଖାଥିବା ଏକ କାଗଜ କପ୍  ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଛି । ତେବେ ତୁରନ୍ତ ରେଳବାଇ ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଓବଂ ଏହି କପ୍ ପାଇଁ ଠିକା କଣ୍ଟ୍ରାକ୍ଟରଙ୍କୁ ରେଳବାଇ ଦଣ୍ଡିତ କରିବା ସହ କାଗଜ କପ୍ ପ୍ରତ୍ୟାହାର କରିନେଇଥିବା କହିଛି । ସଙ୍କଳ୍ପ ଫାଉଣ୍ଡେସନ୍ ନାମକ ଏକ ସ୍ବେଚ୍ଛାସେବୀ ସଂସ୍ଥା ଦ୍ବାରା ଏହି ବିଜ୍ଞାପନ ପ୍ରକାଶ କରାଯାଇଥିଲା । ତେବେ ଏଥିପାଇଁ ଆଇଆରସିଟିସି ପକ୍ଷରୁ କୌଣସି ଅନୁମୋଦନ ନଥିଲା ଏବଂ ଏହି ଘଟଣାର ତଦନ୍ତ ଜାରି ରହିଛି ।



from News7 https://ift.tt/2CIYIUo
ଚା କପ୍‌ରେ ‘ମୈ ଭି ଚୌକିଦାର’ ଲେଖାକୁ ନେଇ ବିବାଦ, ରେଳ ମନ୍ତ୍ରଣାଳୟକୁ ନିର୍ବାଚନ କମିଶନଙ୍କ ନୋଟିସ୍ ଚା କପ୍‌ରେ ‘ମୈ ଭି ଚୌକିଦାର’ ଲେଖାକୁ ନେଇ ବିବାଦ, ରେଳ ମନ୍ତ୍ରଣାଳୟକୁ ନିର୍ବାଚନ କମିଶନଙ୍କ ନୋଟିସ୍ Reviewed by SUBHENDU BARAL on March 30, 2019 Rating: 5

No comments:

Powered by Blogger.