ଘଷିପୁରା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବରେ ଲଢିପାରନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର ୩୦|୩ : କେନ୍ଦୁଝର ଘଷିପୁରା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବରେ ଲଢିପାରନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ଭାବରେ ଘଷିପୁରା ବିଧାନସଭାରୁ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ମଇଦାନରେ ଅଛନ୍ତି । ଘଷିପୁରା ଆସନରୁ ଲଢିବା ପାଇଁ ଗତକାଲି ବଦ୍ରି ନାରାୟଣ ପାତ୍ର ଆହ୍ବାନ ଦେଇଥିଲେ ।

ତେବେ କେନ୍ଦୁଝରର କଂଗ୍ରେସ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ରତିକାନ୍ତ ବରାଳ ସୂଚନା ଦେଇ କହିଛନ୍ତି ଯେ, ବଦ୍ରିଙ୍କ ଚାଲେଞ୍ଜକୁ ଗ୍ରହଣ କରିଛନ୍ତି ନିରଞ୍ଜନ ଏବଂ ଘଷିପୁରାରୁ ଲଢିବା ପାଇଁ ସମ୍ମତି ଜଣାଇଛନ୍ତି ।

ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବଦ୍ରିଙ୍କ ଭଳି ଗଣ୍ଡଗୋଳ ଭିଆଇବା ଭଳି ମୋର ଦମ୍ ନାହିଁ, ତେବେ ଏଆଇସିସି ଅନୁମତିରେ ନିର୍ବାଚନ ଲଢିବାର ମୋର ଦମ୍ ଅଛି ।

ସେପଟେ ବଦ୍ରି ପାତ୍ର କହିଛନ୍ତି ନିର୍ବାଚନ ପରେ ନିରଞ୍ଜନ ମୁହଁ ଦେଖାଇ ପାରିବେନି।



from News7 https://ift.tt/2CL9g5o
ଘଷିପୁରା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବରେ ଲଢିପାରନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘଷିପୁରା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବରେ ଲଢିପାରନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ Reviewed by SUBHENDU BARAL on March 30, 2019 Rating: 5

No comments:

Powered by Blogger.