ବର୍ଷକୁ ଚାଷୀଙ୍କୁ ମିଳିବ ୬ ହଜାର ଟଙ୍କା OTV KHABAR BUREAU

ନୂଆଦିଲ୍ଲୀ: ଆଜି ସଂସଦରେ କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍‌ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରୁଛନ୍ତି।

‘ଆମେ ଗର୍ବର ସହ କହିପାରିବା ଯେ ଭାରତ ଟ୍ରାକ୍‌କୁ ଫେରିଛି, ଆର୍ଥିକ କ୍ଷେତ୍ରରେ ଏକ ବିରାଟ ଶକ୍ତି ଭାବେ ଉଭା ହୋଇପାରିଛି’ ବୋଲି ବଜେଟ୍‌ ଉପସ୍ଥାପନ ଅବସରରେ ପୀୟୂଷ ଗୋଏଲ୍‌ କହିଥିଲେ।

ଏହି ଅବସରରେ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଚାଷୀଙ୍କ ପାଇଁ ନୂଆ ଯୋଜନା ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଘୋଷଣା’ କରାଯାଇଛି। ଏହି ଯୋଜନାରେ ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଚାଷୀଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ମିଳିବ। ୩ଟି କିସ୍ତିରେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ପ୍ରଦାନ କରାଯିବ।

ଏହି ଯୋଜନାରେ ଦେଶର ୧୨ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ ବୋଲି ବଜେଟ୍‌ ଉପସ୍ଥାପନ ଅବସରରେ ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍‌ କହିଛନ୍ତି। ଏହି ଯୋଜନାରେ ବାର୍ଷିକ ୭୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।



from OTV Khabar http://bit.ly/2GeZFq3
ବର୍ଷକୁ ଚାଷୀଙ୍କୁ ମିଳିବ ୬ ହଜାର ଟଙ୍କା OTV KHABAR BUREAU ବର୍ଷକୁ ଚାଷୀଙ୍କୁ ମିଳିବ ୬ ହଜାର ଟଙ୍କା OTV KHABAR BUREAU Reviewed by SUBHENDU BARAL on February 01, 2019 Rating: 5

No comments:

Powered by Blogger.