ମେଷ – ଦୁର୍ବାର ସାହସରେ କାର୍ଯ୍ୟ କରିବେ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ସେବା କାର୍ଯ୍ୟକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି ।
ବୃଷ – ଗୃହ କାର୍ଯ୍ୟରେ ମନୋନିବେଶ କରିବେ । ବନ୍ଧୁ ମିଳନରେ ସୁଯୋଗ ସୃଷ୍ଟି ହୋଇଛି । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି ।
ମିଥୁନ – ହଠାତ୍ ଦୂର ଯାତ୍ରା କରିବାର ସୂଚନା ମିଳୁଛି । ଭୀତିତ୍ରସ୍ତ ହୋଇପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭ ହୋଇପାରେ । ବ୍ୟବସାୟରୁ ପ୍ରଚୁର ଧନ ଲାଭ ହେବ ।
କର୍କଟ- ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଉଦାର ସ୍ୱଭାବର ହେବେ । ଦାନଶୀଳ ହେବେ ।
ସିଂହ – ଅଜଣାରେ ଆତଙ୍କିତ ହୋଇପାରନ୍ତି । ନିଜକୁ କଳହ ମୁକ୍ତ ରଖି ପାରିଲେ ସଫଳତା ମିଳିବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହୋଇପାରନ୍ତି ।
କନ୍ୟା – ଆୟ ବୃଦ୍ଧିର ସୂଚନା ମିଳୁଛି । ସାମାଜିକ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଭାଗ୍ୟଶାଳୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ ।
ତୁଳା – ଆତ୍ମାୟମାନଙ୍କ ଦ୍ୱାରା ଅସୁବିଧାରେ ପଡିପାରନ୍ତି । ମନ ଆକୁଳିତ ହୋଇପାରେ । ତଥାପି ଐଶ୍ୱର୍ଯ୍ୟଯୁକ୍ତ ହେବେ । ରୋଜଗାର ଆଶାନୁରୂପ ହେବ ।
ବିଛା – ଧନ ପ୍ରାପ୍ତ ହୋଇ ସୁଖରେ ସାଂସରିକ ଜୀବନ ଯାପନ କରିପାରନ୍ତି । ଆପରାହ୍ନରୁ ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମଧ୍ୟାହ୍ନ ଭୋଜନ ରୁଚିକର ହେବ ।
ଧନୁ – ମାନସିକ ଅଶାନ୍ତିର ପରିସମାପ୍ତ ଘଟିବ । ସାଧନାରେ ସିଦ୍ଧିଲାଭ କରିବେ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିପାରନ୍ତି ।
ମକର – ଚାକିରି କ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ଆୟ ବୃଦ୍ଧିର ସୂଚନା ମିଳୁଛି । କୁଳ ଉଦ୍ଧାରକ ହେବେ । ମନପ୍ରସନ୍ନ ରହିବ ।
କୁମ୍ଭ – ତରବର ହେଲେ କ୍ଷତିରେ ପଡିବେ । ଦ୍ରବ୍ୟ ନଷ୍ଟ ହୋଇପାରେ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ ଅତିବାହିତ ହେବ ।
ମୀନ – ଉପୁଜି ଥିବା ପରିସ୍ଥିତିରୁ ଉଧୁରି ଯିବେ । ସେବା ପୂଜାରେ ମନୋନିବେଶ କରିପାରନ୍ତି । ଈର୍ଷା ପରିତ୍ୟାଗ କଲେ ସଫଳତା ମିଳିବ । ସ୍ୱାଭିମାନୀ ହେବେ ।
from News7 http://bit.ly/2t0q1UL
No comments: