ନୂଆଦିଲ୍ଲୀ ୧|୨: ୨୦୧୯ ଅନ୍ତରୀଣ ବଜେଟ୍ ଅଭିଭାଷଣର ରଖୁଛନ୍ତି କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ।
-ପିଏମ୍ କିଷାନ ଯୋଜନାର ଶୁଭାରମ୍ଭ ।
-ପ୍ରତି କୃଷକଙ୍କ ଆକାଉଣ୍ଟକୁ ଯିବ ୬ହଜାର ଟଙ୍କା । ଉପକୃତ ହେବେ ୧୨କୋଟି କୃଷକ ।
-୨ ହେକ୍ଟର ଜମି ଥିବା କୃଷକ ହେବେ ଉପକୃତ ।
-କୃଷକମାନଙ୍କୁ ୩ଟି କିସ୍ତିରେ ମିଳିବ ଟଙ୍କା ।
-ମତ୍ସ୍ୟ ବିକାଶ ପାଇଁ ସ୍ବତନ୍ତ୍ର ବିଭାଗ ହେବ ଗଠନ ।
-ସମସ୍ତ ୨୨ଟି ଶଷ୍ୟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ୧.୫ଗୁଣ ବୃଦ୍ଧି ।
-ପଶୁପାଳନ ଓ ମତ୍ସ୍ୟଚାଷୀଙ୍କୁ ୨ ପ୍ରତିଶତ ସୁଧ ହାରରେ ଆର୍ଥିକ ସହାୟତା ବ୍ୟବସ୍ଥା ।
-ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ୫ପ୍ରତିଶତ ସୁଧ ହାରରେ ଆର୍ଥିକ ସହାୟତା ।
-ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ମେଗା ପେନସନ ଯୋଜନା ।
-ପ୍ରତି ହିତାଧିକାରୀଙ୍କୁ ମିଳିବ ୩ହଜାର ଟଙ୍କା ।
-ଉଜ୍ବଳା ଯୋଜନାରେ ୮କୋଟି ପରିବାରକୁ ଗ୍ୟାସ ସଂଯୋଗ ପାଇଁ ଲକ୍ଷ୍ୟ ।
-୬କୋଟି ପରିବାର ଗ୍ୟାସ୍ ସଂଯୋଗ ପାଇଛନ୍ତି ।
-ଏନଏଚ ବିକାଶରେ ଭାରତ ବିଶ୍ବରେ ଆଗୁଆ ।
-ପ୍ରତି ଦିନ ୨୭କିମି ଏନଏଚ ନିର୍ମାଣ ହେଉଛି ।
-୫ବର୍ଷରେ ୧ ଲକ୍ଷ ଡିଜିଟାଲ ଗ୍ରାମର ଲକ୍ଷ୍ୟ ରଖାଯାଇଛି ।
-ପିମ୍ କୌଶଳ ବିକାଶ ଯୋଜନାରେ ୧କୋଟି ଯୁବବର୍ଗଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।
-୩୪କୋଟି ଜନଧନ ଆକାଉଣ୍ଟ ଖୋଲାଯାଇଛି ।
-୨୦୨୨ ସୁଦ୍ଧା ଗଠନ ହେବ ନୂଆ ଭାରତ ।
-ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର ।
-ଗତ ସାଢେ ୪ବର୍ଷରେ ହୋଇଛି ଦେଶର ସାମଗ୍ରିକ ବିକାଶ ।
-ଗତ ୫ବର୍ଷରେ ଦେଶରେ ବଢିଛି ବୈଦେଶିକ ପୁଞ୍ଜି ନିବେଶ ।
-ଗରିବଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଛୁ ।
-୨୦୨୨ ସୁଦ୍ଧା ସମସତଙ୍କୁ ମିଳିବ ଘର ।
-ସ୍ବଚ୍ଛ ଭାରତ ଯୋଜନାରେ ୯୮ ପ୍ରତିଶତରୁ ଅଧିକ ଲକ୍ଷ୍ୟ ହାସଲ ।
-ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟସ୍ତା ୩ଗୁଣ ବଢିଛି ।
-ଚାଷୀମାନଙ୍କ ଆୟ ଦୁଇ ଗୁଣ କରାଯାଇଛି ।
-ବିଶ୍ବରେ ଭାରତ ଷଷ୍ଠ ବୃହତ ଆର୍ଥିକ ଶକ୍ତି ।
-ହରିୟାଣାରେ ୨୨ତମ ଏମ୍ସ ପ୍ରତିଷ୍ଠା ହେବ ।
-ସୌଭାଗ୍ୟ ଯୋଜନାରେ ସମସ୍ତଙ୍କୁ ବିଜୁଳି ।
-ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ଉଦ୍ୟମ କରୁଛନ୍ତି ସରକାର ।
-ପ୍ରଧାନମନ୍ତ୍ରୀ ସଡକ ଯୋଜନା ପାଇଁ ୯୮ ହଜାର କୋଟି ।
-ନ୍ୟୁ ଇଣ୍ଡିଆ ଦିଗରେ ଅଗ୍ରସର ହେଉଛି ଭାରତ ।
-ମନରେଗା ଯୋଜନା ପାଇଁ ୬୦ହଜାର କୋଟି ଟଙ୍କା ।
from News7 http://bit.ly/2HJR7d6
No comments: