ଫେବୃଆରୀରେ ଏଣ୍ଟରଟେନ୍‌ କରିବାକୁ ଆସୁଛି ଏହି ସବୁ ଫିଲ୍ମ Rosalin Rath

ମୁମ୍ବାଇ: ଚଳିତ ବର୍ଷ ଫେବୃଆରୀ ମାସ ଫୁଲ୍ ଏଣ୍ଟରଟେନ୍ କରିବାକୁ ଯାଉଛି। ଫେବୃଆରୀରେ ଏଣ୍ଟର୍‌ଟେନ୍‌ମେଣ୍ଟ ପିଲ୍ମର ସମାହାର ଦେଖିବାକୁ ମିଳିବ। ୧୪ ପେବୃଆରୀକୁ ରଣବୀର ସିଂହଙ୍କ ‘ଗଲି ବଏ’ ରିଲିଜ୍‌ ହେବାକୁ ଥିବାବେଳେ ମଲ୍‌ଟି ଷ୍ଟାରର୍ କମେଡି ଫିଲ୍ମ ‘ଟୋଟାଲ ଧମାଲ’ ମଧ୍ୟ ଏହି ମାସ ରିଲିଜ୍‌ ହେବ।

ମାସ ଆରମ୍ଭରେ ଅନିଲ କପୁର ଓ ସୋନମ୍‌ କପୁରଙ୍କ ଫିଲ୍ମ ‘ଏକ ଲଡକୀ କୋ ଦେଖା ତୋ ଏସା ଲଗା’ ରିଲିଜ୍‌ ହେବ। ଏଥିସହିତ ଫରହାନ୍‌ ଅଖ୍‌ତର୍‌ଙ୍କ ଫିଲ୍ମ ‘ଫକିର ଅଫ୍ ବେନିସ୍’ ମଧ୍ୟ ରିଲିଜ୍‌ ହେବ। ଫିଲ୍ମ ‘ଏକ ଲଡକି କୋ ଦେଖା ତୋ ଏସା ଲଗା’ ୧ ଫେବୃଆରୀକୁ ରିଲିଜ୍‌ ହେବାକୁ ଥିବାବେଳେ ଫିଲ୍ମର ଟ୍ରେଲର୍‌ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି।

ପିଲ୍ମର କାହାଣୀ ସମଲିଙ୍ଗିୟ ସମ୍ପର୍କକୁ ନେଇ ରହିଛି। ଏଥିସହ ପ୍ରଥମ ଥର ପାଇଁ ରିଅଲ୍ ଲାଇଫ୍ ବାପା-ଝିଅ ରିଲ୍ ଲାଇଫ୍‌ରେ ମଧ୍ୟ ବାପା-ଝିଅ ଭୂମିକାରେ ନଜରକୁ ଆସିବେ। ଅନ୍ୟପଟେ, ବହୁ ସମୟର ବ୍ୟବଧାନ ପରେ ଜୁହି ଚାଓ୍ୱଲା ଏହି ଫିଲ୍ମ ଜରିଆରେ କମ୍‌ବ୍ୟାକ୍ କରିଛନ୍ତି।

ସେହିପରି ‘ଫକିର ଅଫ୍ ବେନିସ୍’ ମଧ୍ୟ ଫେବୃଆରୀ ୧କୁ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମଟି ୨୦୦୯ରୁ ହିଁ ନିର୍ମାଣ ହୋଇ ସାରିଛି। ବିଦେଶରେ ଫିଲ୍ମକୁ ଭଲ ରେସ୍‌ପନ୍ସ୍‌ ମଧ୍ୟ ମିଳିଛି। ହେଲେ କିଛି ବିବାଦ ଲାଗି ଭାରତରେ ଫିଲ୍ମ ରିଲିଜ୍‌ ହେବାକୁ ୧୦ ବର୍ଷ ସମୟ ଲାଗିଗଲା।

ଫିଲ୍ମର ନିର୍ଦ୍ଦେଶନା ଆନନ୍ଦ ସୁରାପୁର ଦେଇଥିବାବେଳେ ଏଆର୍ ରେହେମାନ୍ ସଙ୍ଗୀତ ଦେଇଛନ୍ତି। ଫିଲ୍ମରେ ଫରହାନ ଅଖ୍‌ତର୍, ଅନୁ କପୁର ଓ କମାଲ ସିନ୍ଧୁ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।



from OTV Khabar http://bit.ly/2S01lLf
ଫେବୃଆରୀରେ ଏଣ୍ଟରଟେନ୍‌ କରିବାକୁ ଆସୁଛି ଏହି ସବୁ ଫିଲ୍ମ Rosalin Rath ଫେବୃଆରୀରେ ଏଣ୍ଟରଟେନ୍‌ କରିବାକୁ ଆସୁଛି ଏହି ସବୁ ଫିଲ୍ମ Rosalin Rath Reviewed by SUBHENDU BARAL on January 31, 2019 Rating: 5

No comments:

Powered by Blogger.