ରାଞ୍ଚି ୩୧/୧ : ଦେଶର ପ୍ରମୁଖ ନିର୍ବାଚନ ଆୟୋଗ ସୁନୀଲ ଅରୋରା ଘୋଷଣା କରିଛନ୍ତି ଯେ, ସାଧାରଣ ନିର୍ବାଚନ ଘୋଷଣା ସହିତ ଦେଶରେ ସାଧାରଣ ଆଦର୍ଶ ଆଚାର ସଂହିତା ଲାଗୁ ହେବ | ଏହାସହ ସି-ବିଜିଲ ନାମକ ଏକ ଆପ ଲଞ୍ଚ କରାଯିବ | ଏହି ଆପର ଉପଯୋଗରେ ଯେକୌଣସି ସାଧାରଣ ବ୍ୟକ୍ତି ଆଚାର ସଂହିତାର ଉଲଂଘନ ବିଷୟରେ ଯେକୌଣସି ଅଭିଯୋଗ କିମ୍ବା ସୂଚନା ନିର୍ବାଚନ ଆୟୋଗଙ୍କୁ ଦେଇପାରିବେ |
ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା ପାଇଁ ଦୁଇ ଦିନିଆ ଗସ୍ତରେ ଝାରଖଣ୍ଡ ଆସିଥିବା ନିର୍ବାଚନ ଆୟମର ଉଚ୍ଚସ୍ଥରୀୟ ଦଳ ରାଞ୍ଚିରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି | ଦଳର ନେତୃତ୍ୱ ନେଇଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଆପ ବିଷୟରେ ସୂଚନା ଦେଇଥିଲେ | ସେ କହିଥିଲେ ଯେ, ଏହି ଆପ ନିର୍ବାଚନ ଘୋଷଣା ସହ ଲଞ୍ଚ କରିଦିଆଯିବ | ଭୋଟ ଗ୍ରହଣର ଦିନେ ପରେ ମଧ୍ୟ ଏହି ଆପ ସକ୍ରିୟ ରହିବ | ଯେକୌଣସି ସାଧାରଣ ନାଗରିକ ଏହି ଆପ ଜରିଆରେ ଆଚାର ସଂହିତା ସହ ଜଡିତ ଫଟୋ କିମ୍ବା ୨ ମିନିଟର ଭିଡିଓ ମଧ୍ୟ ସେୟାର କରିପାରିବେ ବୋଲି କହିଥିଲେ ମୁଖ ନିର୍ବାଚନ ଆୟୋଗ ଅଧିକାରୀ |
from News7 http://bit.ly/2UoUFmq
No comments: